www.samajalive.in
Sunday, December 7, 2025
23.1 C
Bhubaneswar

ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ରକ୍ତଦାନ ଶିବିର, ୨୧ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ବର: କରୋନା ମହାମାରୀ କୋଭିଡ-୧୯ର ନୂତନ ପ୍ରକରଣ ଓମିକ୍ରନ୍ ଯୋଗୁ ରକ୍ତଦାନ ଶିବିର ସଂଖ୍ୟା ବହୁତ ହ୍ରାସ ପାଇଛି। ଓଡିଶାର ପ୍ରାୟ ସମସ୍ତ ରକ୍ତ ବ୍ୟାଙ୍କରେ ରକ୍ତ ଶୁଷ୍କ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏବଂ ସଡକ ସୁରକ୍ଷା ମାସକୁ ପାଳନ ଉଦେଶରେ ଶିଶୁ ଏବଂ ମହିଳା ବିକାଶ ସୋସାଇଟି ଅଧ୍ୟକ୍ଷା କଳ୍ପନା ଦାସଙ୍କ ତତ୍ତ୍ବାବଧାନରେ ଭୁବନେଶ୍ବରର ୟୁନିଟ-୯ରେ ଥିବା ମଙ୍ଗଳା ମନ୍ଦିରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ମନ୍ଦିରର ପୁରୋହିତ ପବିତ୍ର ମିଶ୍ର ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।

 

- Advertisement -

ସିଡବ୍ଲୁଡିଏସର ପରାମର୍ଶଦାତା ଡ.ସୁଶୀଲ କୁମାର ପଟ୍ଟନାୟକ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଅବସରରେ ୨୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତ ବ୍ୟାଙ୍କରେ ସ୍ବେଚ୍ଛାକୃତ ଭାବରେ ଦାନ କରିବାକୁ ଏବଂ ଥାଲାସେମିଆ, ଗର୍ଭବତୀ ମହିଳା, କର୍କଟ ରୋଗୀ, ସଡ଼କ ଦୁର୍ଘଟଣାଗ୍ରସ୍ତ ପୀଡିତ ଇତ୍ୟାଦି ରୋଗୀଙ୍କୁ ରକ୍ତ ଯୋଗାଇବା ପାଇଁ ରକ୍ତଦାନ ଶିବିର ଆୟୋଜନ କରିବାକୁ କଳ୍ପନା ଦାସ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories