www.samajalive.in
Monday, December 15, 2025
24.1 C
Bhubaneswar

ବାଣ ଗୋଦାମରେ ଅଗ୍ନି କାଣ୍ଡ, ଜଣେ ମୃତ ଜଣେ ଗୁରୁତର

ସାଲେପୁର:  ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟି ବିସ୍ପୋରଣ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ଜଣେ ଗୁରୁତର ହୋଇଛନ୍ତି । ସାଲେପୁରରେ ଥିବା  ବଟ କୃଷ୍ଣ କାଣ୍ଡି ତାଙ୍କ ବାଣ ଦୋକାନରେ ଏକ ଗ୍ରାଇଣ୍ଡରରେ ବାରୁଦକୁ ଗୁଣ୍ଡ କରୁଥିବାବେଳେ ଏଥିରେ ବିସ୍ପୋରଣ ହୋଇଥିଲା । ଏଥିଯୋଗୁଁ ପାଖରେ ଥିବା ବାରୁଦ ଓ ବାଣରେ ନିଆଁ ଲାଗି ବିସ୍ପୋରଣ ହୋଇଥିଲା । ୭୦ ବର୍ଷିୟ ବଟ କୃଷ୍ଣଙ୍କର ସମ୍ପୂର୍ଣ୍ଣ ଶରୀର ପୋଡିଯାଇଥିଲା । ଏହା ସହ  ଶୁକ ଦେବ କାଣ୍ଡି ଜଳି ଯାଇଥିଲେ ।

ଦୁଇ ଜଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ । ବଟ କୃଷ୍ଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶୁକ ଦେବଙ୍କୁ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି । ଏହି ବିସ୍ପୋରଣରେ ବାଣ ଦୋକାନ ଛାତ ଉଡିଯାଇଥିବା ବେଳେ କାନ୍ଥ ଭୁଶୁଡି  ପଡିଛି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories