ଧନୁ ତୀର ସହ ୩ ଶିକାରି ଗିରଫ
ବଡ଼ସାହି : ମୟୁରଭଞ୍ଜ ଶିମିଳି ପାଳ ଜାତୀୟ ଉଦ୍ୟାନ ପରିସରରେ ବେଆଇନ ଭାବେ ସଂରକ୍ଷିତ ଜୀବଜନ୍ତୁଙ୍କୁ ଶିକାର କରିବା ଅଭିଯୋଗରେ ୩ ଜଣ ଶିକାରିଙ୍କୁ ଗିରଫ କରାଯାଇଛି । ବେସରପାଣିରେ ସଂରକ୍ଷିତ ବନ ଖଣଅଜରେ ଏହି ଶିକାରିମାନେ ଧନୁ ଓ ତୀର ସହ ଶିକାର କରୁଥିଲେ । ବନ ବିଭାଗର କର୍ମଚାରୀମାନେ ଚଢଉ କରି ଏମାନଙ୍କୁ ଗିରଫ କରାଯାଇଛି । ଶିକାରିମାନଙ୍କଠାରୁ ୩ଟି ଧନୁ ଓ ୧୪ଟି ତୀର ଜବତ କରାଯାଇଛି ।