ବିଜେଡିର ବୃହତ ବିଜୟ ପରେ ବିଜେପୁର ବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର:  ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବୃହତ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଏହାପରେ ନବୀନ ପଟ୍ଟନାୟକ ନବୀନ ନିବାସରେ ନିଜର ସମର୍ଥକଙ୍କୁ ଅଭିବାଦନ ଜଣାଇବା ସହ ବିଜେପୁର ବାସୀଙ୍କୁ ଏହି ବିଜୟ ପାଇଁ ଧନ୍ୟବାଦ ଦେଇଛନ୍ତି । ଓଡିଶାର ଲୋକମାନେ ଶାନ୍ତି ପ୍ରିୟ, ହିଂସାରେ ବିଶ୍ୱାସ କରନ୍ତି ନାହିଁ । ଓଡିଶା ବାସୀ ହିଂସାକୁ ପ୍ରଶୟ ଦେବେ ନାହିଁ ଓ ଗଣ ତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।bjd celebration

ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଏହି ବିଜୟ କଳାଟଙ୍କାର ବିଜୟ ଓ ସରକାରୀ କଳର ବିଜୟ ବୋଲି କହିଛନ୍ତି । ସେହିପରି ବିରୋଧି ଦଳ ନେତା ନରସିଂହ ମିଶ୍ର  ନିର୍ବାଚନ ଫଳାଫଳକୁ ଗ୍ରହଣ କରିଥିବା କଥା କହିଛନ୍ତି ।

ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ୧,୦୨୮୭୧ ଖଣ୍ଡ ଭୋଟ ମିଳିଥିବା ବେଳେ   ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୬୦,୯୩୮ ଖଣ୍ଡ ଭୋଟ ମିଳିଛି । ରୀତା ସାହୁ ,ଅଶୋକ ପାଣିଗ୍ରାହୀଙ୍କୁ ୪୧ ହଜାର ୯୩୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ୧୦,୨୭୪ ଖଣ୍ଡ ଭୋଟ ମିଳିଛି । ଏହି ନିର୍ବାଚନରେ ବିଜେଡିର ଭୋଟ ପ୍ରତିଶତ୫୬.୬୧ ପ୍ରତିଶତ ଥିବାବେଳେ ବିଜେପିର ୩୩.୫୩ ପ୍ରତିଶତ ଓ କଂଗ୍ରେସର ୫.୬୫ ପ୍ରତିଶତ ରହିଛି।

Leave A Reply