www.samajalive.in
Monday, December 15, 2025
15.1 C
Bhubaneswar

ସାମୂହିକ ବିବାହ ଯୋଜନାରେ ଦେଲେ ଲୁହା ଗହଣା, ନବବିବାହିତାଙ୍କ ହଙ୍ଗାମା

ଲକ୍ଷ୍ନୌ : ପୁଣି ଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସାମୂହିକ ବିବହା ଯୋଜନା ଚର୍ଚ୍ଚାକୁ ଆସିଛି । ଚଳିତ ଥର ବିବାହିତ ଯୋଡ଼ିଙ୍କୁ ଦ୍ୱିତୀୟ ଥର ବିବାହା ପାଇଁ ନୁହେଁ ବରଂ ବିବାହରେ ଦିଆଯାଇଥିବା ଲୁହା ଗହଣାକୁ ନେଇ ଚର୍ଚ୍ଚା ହେଉଛି । ଔରେୟା ଜିଲାରେ ସରକାରଙ୍କ ସାମୂହିକ ବିବହା ଯୋଜନାରେ ୫୫ କନ୍ୟାଙ୍କ ବିବାହ କରାଯାଇଥିଲା । ଯୋଜନାରେ ସବୁ କନ୍ୟାଙ୍କୁ ରୂପା ବଦଳରେ ନକଲି ଗହଣା ଦେଇଥିଲେ। ପରେ ସବୁ ଗହଣା ଲୁହାରେ ନିର୍ମିତ ବୋଲି ଜଣାପଡିଥିଲା। ମଙ୍ଗଳବାର ୨୫ ନବବିବାହିତା ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ହଙ୍ଗାମା କରିବାରୁ ଘଟଣା ପଦାକୁ ଆସିଛି। ଜଣେ ନବବିବାହିତାଙ୍କ ଅଭିଯୋଗ ଅନୁସାରେ ସାମୂହିକ ବିବାହ ଯୋଜନାରେ ପ୍ରତ୍ୟେକ କନ୍ୟାଙ୍କୁ ୩୫ ହଜାର ଲେଖାଏଁ ଟଙ୍କା ମିଳିଥାଏ । ମାତ୍ର ବ୍ୟବସ୍ଥା ନାମରେ ସବୁ କନ୍ୟାଙ୍କ ୧୫ ହଜାର ଲେଖାଏଁ ଟଙ୍କା କାଟି ନିଆଯାଇଛି । ଏହା ପରେ ବି ସେମାନଙ୍କ ନକଲି ଗହଣା ଦିଆଯାଇଛି । ଜିଲାପାଳ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories