ଖୁବ୍ ଶୀଘ୍ର ବଜାରକୁ ଆସୁଛି ବ୍ଲାଷ୍ଟ-ପ୍ରୁଫ୍ ସିଲିଣ୍ଡର୍ , ୧୦୦% ସୁରକ୍ଷିତ

0

ଲୋକଙ୍କ ଚାହିଦା ଓ ପସନ୍ଦକୁ ପ୍ରତ୍ୟେକ କମ୍ପାନୀ ଅଗ୍ରାଧିକାର ଦେଇଥାନ୍ତି। ମିଳିଥିବା ତଥ୍ୟ ଅନୁସାରେ ଜାପାନରେ ବ୍ୟବହୃତ ହେଉଥିବା ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ବେଶ୍ ସୁରକ୍ଷିତ। ଗ୍ୟାସ୍ କାରଣରୁ ଏଠାରେ ବିସ୍ଫୋରଣ କିମ୍ବା ଅନ୍ୟାନ୍ୟ ଅସୁବିଧା ଖୁବ୍ କମ୍ ଉପୁଜିଥାଏ।

ବର୍ତ୍ତମାନ ଭାରତର ପ୍ରତ୍ୟେକ ପ୍ରାନ୍ତରେ ମଧ୍ୟ ଉନ୍ନତମାନ ଗ୍ୟାସ୍ ସିଲିଣ୍ଡର ଉପଲବ୍ଧ ହେବ। ଖୁବ୍ ଶୀଘ୍ର ସରକାରୀସ୍ତରରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ପ୍ରକାଶ। ଫାଇବରରେ ପ୍ରସ୍ତୁତ ଏହି ସିଲିଣ୍ଡର୍ ଖୁବ୍ ହାଲୁକା ହେବା ସହ ଏହାର ଭିତର ଭାଗ ଦେଖିହେବ।

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ଏକ ବେସରକାରୀ କମ୍ପାନୀ ଏଭଳି ଉନ୍ନତମାନର ସିଲିଣ୍ଡର ବିକ୍ରି ଆରମ୍ଭ କରିସାରିଛି। ବଜାର ଦର ଅନୁସାରେ ହିଁ ଲୋକେ ଏହି ଗ୍ୟାସ୍ କିଣିପାରିବେ।

ପ୍ରାରମ୍ଭିକ ପର୍ୟ୍ୟାୟରେ ୨୦କିଲୋର ଏହି ସିଲିଣ୍ଡରର ମୂଲ୍ୟ ୨,୫୧୦ଟଙ୍କା ଧାର୍ୟ୍ୟ ହୋଇଛି। ବ୍ଲାଷ୍ଟ-ପ୍ରୁଫ୍ ଏହି ସିଲିଣ୍ଡର୍ ୧୦୦% ସୁରକ୍ଷିତ ବୋଲି କମ୍ପାନୀ ତରଫରୁ ପ୍ରକାଶିତ।

Leave A Reply