www.samajalive.in
Wednesday, December 10, 2025
15.1 C
Bhubaneswar

ସ୍ବାସ୍ଥ୍ୟ ପାଇଁ କଳା ଲୁଣର ଉପକାରିତା

କଳା ଲୁଣର ବ୍ୟବହାର ଆମେ ଖାଦ୍ୟର ସ୍ବାଦ ବଢାଇବା ପାଇଁ କରିଥାଉ। ଏହାର ସେବନ ଦ୍ବାରା ଅନେକ ରୋଗ ଦୂର ହେବା ସହ କେଶ ଓ ମୁହଁ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। କଳା ଲୁଣରେ ସାଧାରଣ ଲୁଣ ଅପେକ୍ଷା କମ ସୋଡିୟମ ରହିଛି। ଏହାସହ ସାଧାରଣ ଲୁଣ ଅପେକ୍ଷା କଳା ଲୁଣରେ ପୋଟାସିୟମ, କ୍ୟାଲସିୟମ ଓ ମ୍ୟାଗ୍ନେସିୟମର ମାତ୍ରା ଅଧିକ ରହିଛି। ଆସନ୍ତୁ ଜାଣିବା କଳା ଲୁଣ ଶରୀର ପାଇଁ କେତେ ଉପକାରୀ ଅଟେ ..

ପେଟ ସୁସ୍ଥ ରଖେ :

- Advertisement -

କଳା ଲୁଣକୁ ଆୟୁର୍ବେଦରେ କୁଲିଙ୍ଗ ସଲ୍ଟ କୁହାଯାଇଛି। ଏହା ପେଟରେ ହେଉଥିବା ଅନେକ ରୋଗ ଠାରୁ ମୁକ୍ତି ଦେଇଥାଏ। ଏହା କୋଷ୍ଠ କାଠିନ୍ୟ, ପେଟ ଫୁଲିବା, ପେଟ ସମସ୍ୟା ପରି ରୋଗ ଠାରୁ ଦୂରେଇ ରଖିବା ସହ ଆଖି ନିମନ୍ତେ ମଧ୍ୟ ଲାଭଦାୟକ ଅଟେ। କଳା ଲୁଣରେ ସୋଡିୟମର ମାତ୍ରା କମ ଥିବାରୁ ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ନିମନ୍ତେ ଉତ୍ତମ ଅଟେ। ତେଣୁ ଉଚ୍ଚ ରକ୍ତଚାପ ରୋଗୀମାନେ କଳା ଲୁଣ ଖାଇବାକୁ ପରାମର୍ଶ ଦିଆଯାଇଛି।

କେଶ ପାଇଁ ଲାଭଦାୟକ :

କେଶ ଓ ମୁହଁ ପାଇଁ କଳା ଲୁଣର ବ୍ୟବହାର ଲାଭଦାୟକ ଅଟେ। ଏହାର ବ୍ୟବହାର ଦ୍ବାରା ସଂକ୍ରମଣ ରୋଗ ଠାରୁ ପ୍ରାକୃତିକ ରୂପେ ମୁକ୍ତି ମିଳିଥାଏ। କଳା ଲୁଣର ବ୍ୟବହାର ଦ୍ବାରା କେଶ ଓ ମୁହଁକୁ ଆବଶ୍ୟକୀୟ ତତ୍ତ୍ବ ମିଳିଥାଏ। କଳା ଲୁଣକୁ ଟମାଟୋ ମିଶାଇ ମୁହଁ ଓ କେଶରେ ବ୍ୟବହାର କରିବା ଉଚିତ। ଏହାଦ୍ବାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ କେଶ ଘନ ଓ ଲମ୍ବା ହୋଇଥାଏ।

ଓଜନ କମ କରେ :

କଳା ଲୁଣର ବ୍ୟବହାର ଦ୍ବାରା ଓଜନ କମ ହୋଇଥାଏ। କାରଣ ଏହା ପାଚନ କ୍ରିୟାକୁ ସଠିକ ରୂପେ କାର୍ଯ୍ୟକାରୀ କରିଥାଏ। ଏହାସହ ପାଚନ ତନ୍ତ୍ର ସୁସ୍ଥ ମଧ୍ୟ ରହିଥାଏ। କଳା ଲୁଣର ବ୍ୟବହାର ଦ୍ବାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ। ଏହାଦ୍ବାରା ଓଜନ ନିୟନ୍ତ୍ରିତ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories