BJD Bijuli 480×75 Mob

୧୨ରେ ଅନଶନ, ୧୪ରୁ ଗାଁରେ ରାତ୍ରି ଯାପନ 

BJD Bijuli 480×75 Mob
0

ନୂଆଦିଲ୍ଲୀ, ସଂସଦକୁ ବିରୋଧୀମାନେ ଅଚଳ କରିଦେବା ପ୍ରତିବାଦରେ ବିଜେପି ସାଂସଦମାନେ ଆସନ୍ତା ୧୨ ତାରିଖରୁ ଉପବାସ ପାଳନ କରିବେ । ସେହିପରି ଦଳିତମାନଙ୍କ ମାନସିକ ସମର୍ଥନ ହାସଲ କରିବା ପାଇଁ ବିଜେପି ସାଂସଦମାନେ ଏପ୍ରିଲ୍‌ ୧୪ ତାରିଖରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ୨୦,୮୪୪ଟି ଗ୍ରାମରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ଘରେ ରାତି୍ର ଯାପନ କରିବେ ବୋଲି ମୋଦି ଘୋଷଣା କରିଛନ୍ତି ।ସୁପ୍ରିମକୋର୍ଟରେ ଏସ୍‌ସି ଓ ଏସ୍‌ଟି (ନିର୍ଯାତନା ନିରୋଧ) ଆଇନ୍‌ର ସଂଶୋଧିତ ରାୟ ପ୍ରକାଶ ପାଇବା ପରେ ଦେଶବ୍ୟାପୀ ଆନ୍ଦୋଳନ ଓ ହିଂସାକାଣ୍ଡ ହୋଇଥିଲା । ଏଥିପାଇଁ ବିରୋଧୀଦଳ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । କେନ୍ଦ୍ର ସରକାର ଦଳିତ ବିରୋଧୀ ନୁହନ୍ତି ବରଂ ସେମାନଙ୍କ ହିତାକାଂକ୍ଷୀ ବୋଲି ପ୍ରମାଣିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ।

Leave A Reply