ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଜମୁନାପଶି ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ପାଟଣା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଘେରାଉ କରାଯାଇଛି । ଜମୁନାପଶି ପଞ୍ଚାୟତ ସଭାପତି କର୍ଣ୍ଣ ଲୋହାରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖିରେଇଟାଙ୍ଗିରୀ ବିଜେପି ମଣ୍ଡଳ ସଭାପତି ମହେନ୍ଦ୍ର ନାୟକ, ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ନାୟକ, ବିଜେପି ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାନେତ୍ରୀ ମମିତା ନାଏକ ମଣ୍ଡଳ ପ୍ରଭାରୀ ବିଜୟ ବାରିକ , ଜିଲ୍ଲା ଆଦିବାସୀ ମୋର୍ଚା ସାଧାରଣ ସମ୍ପାଦକ କମଳାକାନ୍ତ ସିଂ, ଅଭିମନ୍ୟୁ ନାଏକ , ଭୂଳେଶ୍ବର ନାଏକ, କୈଳାଶପତି ନାଏକ, ଶିପୁନ ନାଏକ ,ସୀତା ନାଏକ ,ଆରତି ନାଏକ ,ସୁଲୋଚନା ନାଏକ ପ୍ରମୁଖ ବହୁ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ହୋଇ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ନାରାବାଜି କରିବା ସହ ପଞ୍ଚାୟତ ଘେରାଉ କରିଥିଲେ । ସେହିପରି ଖିରେଇଟାଙ୍ଗିରୀ ପଞ୍ଚାୟତରେ ମଣ୍ଡଳ ସଭାପତି ମହେନ୍ଦ୍ର ନାୟକ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ହେମରଞନ ବାରିକ, ମଣ୍ଡଳ ପ୍ରଭାରୀ ବିଜୟୀ ବାରିକ ପ୍ରମୁଖଙ୍କ ସହ ଶକ୍ତି କେନ୍ଦ୍ର ପ୍ରମୁଖ ବୁଥ୍ ସଭାପତି ଓ ମହିଳା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
Comments are closed.