www.samajalive.in
Sunday, December 7, 2025
23.1 C
Bhubaneswar

ନୂତନ କୃଷି ଆଇନକୁ ନେଇ ବିରୋଧୀ ଦଳ ଚାଷୀଙ୍କୁ ବିଭ୍ରାନ୍ତ କରୁଛି: ବିଜେପି 

ବୌଦ୍ଧ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂତନ କୃଷି ଆଇନ ଫଳରେ ଗରିବ ଚାଷୀମାନେ ଉପକୃତ ହେବା ସହ ସେମାନଙ୍କ ଉତ୍ପାଦିତ ଫସଲର ଉପଯୁକ୍ତ ମୂଲ୍ୟ ପାଇପାରିବେ। ସରକାର ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବାବେଳେ ବିରୋଧୀ ଦଳମାନେ ନୂତନ କୃଷି ଆଇନ ସଂପର୍କରେ ଚାଷୀଙ୍କୁ ବିଭ୍ରାନ୍ତ କରୁଥିବା ନେଇ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି। ଜିଲ୍ଳା ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ବିପ୍ରଚରଣ ମହାନ୍ତି ଅଧ୍ୟକ୍ଷତା କରି କଂଗ୍ରେସ ଓ ବାମପନ୍ଥି ଦଳ ଗୁଡିକ ନୂତନ କୃଷି ନିତି ସଂପର୍କରେ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିବା ସହ ଚାଷୀଙ୍କ ଜମିକୁ କୌଣସି କମ୍ପାନୀ ଅଧିଗ୍ରହଣ କରି ନେଇପାରିବେନାହିଁ ଏବଂ ଚାଷୀଙ୍କ ପାଇଁ ମଣ୍ଡି ଓ ସର୍ବନିମ୍ନ ସହାୟକ ମୂଲ୍ୟ ପୂର୍ବଭଳି ରହିବ ବୋଲି ପ୍ରକାଶ କରିଥିଲେ। ଏହି ବୈଠକରେ ବୌଦ୍ଧ ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରଭାରୀ କିଶୋର ହୋତା ଯୋଗଦେଇ କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ନୂତନ କୃଷି ନିତି ସଂପର୍କରେ ବିରୋଧୀ ଦଳର ଆଭିମୁଖ୍ୟକୁ କୃଷକ ବିରୋଧୀ ବୋଲି ଅଭିଯୋଗ କରିଥିଲେ।

ନୂତନ କୃଷି ନିତି ଅନୁଯାୟୀ, ଚାଷୀମାନେ ନିଜର ଫସଲର ଉପଯୁକ୍ତ ମୂଲ୍ୟ ଯେଉଁଠାରୁ ପାଇବେ ସେଠାରେ ବିକ୍ରୟ କରିପାରିବେ। ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ମଣ୍ଡି ବ୍ୟବସ୍ଥା ମଧ୍ୟ ଲାଗୁ ରହିବ। ତେଣୁ ଚାଷୀମାନେ ଉପଯୁକ୍ତ ମୂଲ୍ୟରେ ନିଜର ଫସଲ ବିକ୍ରୟ କରିବାରେ କୌଣସି ସମସ୍ୟା ରହିବନାହିଁ। ନୂତନ କୃଷି ଆଇନ ସଂପର୍କରେ ଚାଷୀମାନଙ୍କୁ ସଚେତନ କରିବା ପାଇଁ ବିଜେପି ପକ୍ଷରୁ ମଣ୍ଡି ଚାଲ ଅଭିଯାନ ଆରମ୍ଭ କରାଯିବ। ପ୍ରତ୍ୟେକ ମଣ୍ଡିରେ ବିଜେପି ନେତା ଓ କର୍ମୀମାନେ ପହଞ୍ଚି ଚାଷୀମାନଙ୍କୁ ବୁଝାଇବା ସହିତ ପ୍ରତ୍ୟେକ ଚାଷୀ ଯେପରି ନିଜର ଉତ୍ପାଦିତ ଫସଲ ଠିକ୍‍ ଭାବରେ ବିକ୍ରୟ କରିପାରିବେ ସେ ସଂପର୍କରେ ଅନୁଧ୍ୟାନ କରିବେ ବୋଲି ଅଭିଯାନର ସଂଯୋଜକ ବରିଷ୍ଠ ନେତା ମନୋରଂଜନ ଦାଶ ସୂଚନା ପ୍ରଦାନ କରିଥିଲେ। ସେହିପରି ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ସୂର୍ଯ୍ୟନାରାୟଣ ମହାପାତ୍ର ମଣ୍ଡି ଗୁଡିକରେ ଚାଷୀଙ୍କ ଧାନ କଟନୀ ଛଟନୀ କରାଯାଉଥିବା ଅଭିଯୋଗ କରିବା ସହିତ ମିଲରମାନଙ୍କ ଜରିଆରେ ବିଜେଡି ଚାଷୀଙ୍କ ଧାନ କାଟି ଦଳ ପାଇଁ ପାଣ୍ଠି ସଂଗ୍ରହ କରୁଥିବା ଅଭିଯୋଗ କରିଥିଲେ। ତେବେ ବିଜେପି ଚାଷୀମାନଙ୍କ ବିକାଶ ପାଇଁ ଲଢେଇ ଜାରି ରଖିବ ବୋଲି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ନମିତାରାଣୀ ଦାଶ,ରବି କୁମାର ଦେଓ,ପ୍ରେମାନନ୍ଦ ମିଶ୍ର ଓ ସତ୍ୟାନନ୍ଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories