www.samajalive.in
Sunday, December 7, 2025
26.1 C
Bhubaneswar

ରେଳ ମନ୍ତ୍ରୀଙ୍କ ଲକ୍ଷ୍ମୀପୁର ଗସ୍ତ ପାଇଁ ବିଜେପିର ବୈଠକ

ଲକ୍ଷ୍ମୀପୁର: ଆସନ୍ତା ୨୦ ତାରିଖରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୋରାପୁଟ ଗସ୍ତରେ ଆସୁଛନ୍ତି। ଏନେଇ ଜିଲା ଉପସଭାପତି ନକୂଳ ବିଷୋଇ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ଉଦୟ ହିକକା ଓ ପଛୁଆବର୍ଗ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଟଙ୍କଧର ବିଷୋଇ ଲକ୍ଷ୍ମୀପୁର ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି। ଗସ୍ତ ଅବସରରେ ଶ୍ରୀ ବୈଷ୍ଣବ ଲକ୍ଷ୍ମୀପୁରରେ କିଛି ସମୟ ରହିବାର କାର୍ଯ୍ୟକ୍ରମ ରହିଛି। ଲକ୍ଷ୍ମୀପୁର ବସଷ୍ଟାଣ୍ଡରେ ଥିବା ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ କିଛି ବାଟ ପଦଯାତ୍ରା କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ସେହିପରି ଲକ୍ଷ୍ମୀପୁର ରେଳ ଷ୍ଟେସନରେ କରୋନା ମହାମାରୀ ପରେ ହୀରାଖଣ୍ଡ ଦୂରଗାମୀ ସହିତ ରାଉରକେଲା ଦୂରଗାମୀ ରହୁନାହିଁ। ଏପରିକି ଅନ୍ୟାନ୍ୟ ଯେଉଁ ଯାତ୍ରୀ ବାହୀ ରେଳ ଯାତାୟତ କରୁଥିଲା ସେଗୁଡିକ ବନ୍ଦ ରହିଛି। ଯେଉଁଥିପାଇଁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଯଥା ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ଲକ୍ଷାଧିକ ଲୋକ ସେମାନଙ୍କ ଗନ୍ତବ୍ୟ ସ୍ଥଳୀକୁ ଯିବାପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

- Advertisement -

ସେହିପରି ଗରିବ ଗୁରୁବା ମାନେ ମଧ୍ୟ ଏଥିପାଇଁ ରେଳ ଭଡାଠାରୁ ବସରେ ଦ୍ବିଗୁଣିତ ଭଡ଼ା ଦେଇ ଯାତାୟତ କରୁଛନ୍ତି। ଲକ୍ଷ୍ମୀପୁର ଷ୍ଟେଷନରେ ଆରକ୍ଷଣ ବ୍ୟବସ୍ଥା ପୁର୍ବରୁ ଥିବା ବେଳେ ଯେତେବେଳେ ଏଠାରେ ଟ୍ରେନ ରହଣି କରୁଥିଲା ସେତେବେଳେ ମଧ୍ୟ ଏଠାରେ ତାହାକୁ ବାତିଲ୍ କରାଯାଇଛି । ଲକ୍ଷ୍ମୀପୁର ଷ୍ଟେଷନରେ ଓଭରବ୍ରିଜ ନଥିବାରୁ ଦୁଇଟି ଧାରଣାରେ ଯେତେବେଳେ ଯାତ୍ରୀବାହୀ ଟ୍ରେନ୍ ଆସୁଛି ଯାତ୍ରୀମାନେ ପିଲା ଛୁଆ ଓ ବୟସ୍କ ମାନଙ୍କୁ ବିପଦପୂର୍ଣ୍ଣ ଭାବେ ରେଳ ଧାରଣା ପାର ହେବାକୁ ପଡୁଛି।
ବ୍ଲକର ଓଡିଆପେଣ୍ଠ ପଞ୍ଚାୟତର ପରଡିଗୁଡାଠାରେ ଗଳି ପୋଲ ନଥିବା କାରଣରୁ ଅନେ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ ଲକ୍ଷ୍ମୀପୁର ଅଞ୍ଚଳ ବାସୀଙ୍କ ସ୍ଵାକ୍ଷର ସହିତ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଲିଖିତ ଭାବେ ଅବଗ କରାଇଛନ୍ତି।

ତେବେ ଏତେ ଗୁଡିଏ ସମସ୍ୟା ଥିଲେ ମଧ୍ୟ ସେଗୁଡ଼ିକ ସମାଧାନ ହୋଇପାରିନାହିଁ। କିନ୍ତୁ ବିଜେପ ଦଳ ପକ୍ଷରୁ ବୁଧବାର ଏନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି କି, ଆଜିଯାଏଁ କୌଣସି ରେଳ ମନ୍ତ୍ରୀ ସଡ଼କ ପଥ ଦେଇ ଗ୍ରସ୍ତ କରି ନଥିଲେ। ଶ୍ରୀ ବୈଷ୍ଣବ ଓଡିଶାରୁ ରାଜ୍ୟ ସଭା ସାଂସଦ ଭାବେ ନିର୍ବାଚିତ ହୋଇ ରେଳ ମନ୍ତ୍ରୀ ହୋଇଥିବାରୁ ଏହା ଆମ ପାଇଁ ଗୌରବର କଥା ବୋଲି ଦଳ ପକ୍ଷରୁ କୁହା ଯାଇଛି। ସେହିପରି ଏଠାରେ ତାଙ୍କୁ ସ୍ବାଗତ କରାଯିବା ସହିତ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଅବଗତ କରାଯିବ ବୋଲି କୁହାଯାଇଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories