www.samajalive.in
Monday, December 8, 2025
14.1 C
Bhubaneswar

ଅପହୃତ ଶିଶୁଙ୍କୁ ଖୋଜିବାକୁ ପୁଲିସ ତଦନ୍ତ ତ୍ବରାନ୍ବିତ କରିବାକୁ ଦାବି କଲା ବିଜେପି ମହିଳା ମୋର୍ଚା

ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇ ମାସରେ ନୟାଗଡ ଜିଲ୍ଲା ଯଦୁପୁର ଗାଁ ର ୫ ବର୍ଷର ନାବାଳିକା ଶିଶୁ ପରୀକୁ କିଛି ଦୁର୍ବୃତ ହତ୍ୟା କରି ତାର ଅଙ୍ଗ ତସ୍କରୀ କରିଛନ୍ତି। ଏହା ବିରୋଧରେ ମୃତା ପରୀର ପରିବାରବର୍ଗ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ନାଁରେ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ ଶାସକ ଦଳ ଚାପରେ ଅପରାଧୀକୁ ଗିରଫ କରୁନାହିଁ। ମୁଖ୍ୟ ଅଭିଯୁକ୍ତକୁ ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଯୋଗାଇ ଚାଲିଛନ୍ତି। ଏଣୁ ପରୀକୁ ନ୍ୟାୟ ଏବଂ ରାଜ୍ୟରେ ଅପହରଣ କରାଯାଇଥିବା ୪୪୭୬ ଶିଶୁଙ୍କୁ ଖୋଜିବା ସହ ପୋଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଦାବି କରିଛି।

ଏନସିଆରବି ତଥ୍ୟ ଅନୁଯାୟୀ ୪୬୦୪ ଜଣଙ୍କୁ ଅପହରଣ କରାଯାଇଛି ଏବଂ ଆଇପିସିର ଧାରା ୩୬୩ ଅନୁଯାୟୀ ୪୪୭୬ ଜଣ ନାଁରେ ଏତଲା ଦିଆଯାଇଛି। ୨୦୧୯ ମସିହାରେ ୩୧୫୧ ଜଣ ପିଲା ନିଖୋଜ ଅଛନ୍ତି। ଯଦି ୨୦୧୮ରେ ନିଖୋଜ ଶିଶୁ ୨୩୫୨ ଜଣଙ୍କୁ ଏହି ତାଲିକାରେ ସାମିଲ କରାଯାଏ ତେବେ ଗତ ୨ ବର୍ଷରେ ରାଜ୍ୟରେ ୫୫୦୩ ଶିଶୁ ନିଖୋଜ ଅଛନ୍ତି। ଏଯାବତ କେଉଁ ଜିଲ୍ଲାରୁ କେତେ ଜଣ ଶିଶୁ ନିଖୋଜ ହୋଇଛନ୍ତି ତାହାର ତଥ୍ୟ ପୋଲିସ ସର୍ବସାଧାରଣରେ ରଖିବା ସହ ନିଖୋଜ ଶିଶୁଙ୍କୁ ଖୋଜିବା ଲାଗି କ’ଣ ବ୍ୟବସ୍ଥା କରାଯାଉଛି ତାହାର ଏକ ଲେଖାଯୋଖା ହିସାବ ରାଜ୍ୟବାସୀଙ୍କ ଆଗରେ ରଖିବା ପାଇଁ ପ୍ରତିନିଧି ଦଳ ଦାବି କରିଛି।

- Advertisement -

ପରୀ ହତ୍ୟାକାଣ୍ଡ ଘଟଣା ସାରା ରାଜ୍ୟରେ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ପରୀ ହତ୍ୟାକାଣ୍ଡରେ ଯଦି ଅଙ୍ଗ ଚୋରାଚାଲାଣକାରୀଙ୍କ ହାତ ଥାଏ ତେବେ ସଠିକ୍‍ ତଦନ୍ତ ହେଲେ ଏହି ର‍୍ୟାକେଟ୍‍ର ପର୍ଦ୍ଦାଫାଶ ହୋଇପାରିବ। ନିଖୋଜ ଶିଶୁ ଘଟଣାରେ ପୋଲିସ ସଠିକ୍‍ ଦିଗରେ ତଦନ୍ତ କଲେ ଆଗାମୀ ଦିନରେ ରାଜ୍ୟର ଅନେକ ଶିଶୁଙ୍କୁ ଏହି ର‍୍ୟାକେଟ୍‍ କବଳରୁ ରକ୍ଷା କରାଯାଇପାରିବ ବୋଲି ପ୍ରତିନିଧି ଦଳ ଦାବି କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, କସ୍ତୁରୀ ମିଶ୍ର, କଳ୍ପନା ପଟ୍ଟନାୟକ, ପ୍ରଭାସିନୀ ମହାପାତ୍ର, ରଶ୍ମିରେଖା ଦାସଙ୍କ ସମେତ କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ସାମିଲ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories