ବରଗଡରେ ବିଜେପି ଯୁବନେତାଙ୍କୁ ଆକ୍ରମଣ ଅଭିଯୋଗ

0

ବରଗଡ: ବରଗଡ ଜିଲା  ସୋହଲାରେ ବିଜେପି ନେତା ରଞ୍ଜନ ପଟେଲ ଓ  ରାଜ୍ୟ ଯୁବ ମୋର୍ଚ୍ଚାର ସମ୍ପାଦକ ଈରାଶିଷ ଆଚାର୍ଯ୍ୟଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ହୀରାଶିଷ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବିଜେପିନେତା ରଞ୍ଜନ ପଟେଲ ଓ  ଈରାଶିଷ ଆଚାର୍ଯ୍ୟ ଦଳୀୟ ନେତା ଓ କର୍ମୀଙ୍କ ସହ ଜେଲ୍‌ରେ ଥିବା ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟିବା ପାଇଁ ଯାଇଥିଲେ । ରାସ୍ତାରେ ଚା ପିଇବା ପାଇଁ ଅଟକିଥିବା ବେଳେ କିଛି ଲୋକ ତାଙ୍କୁ ଠେଙ୍ଗା ଓ ଲୁହା ରଡ୍‌ରେ ପିଟିଥିବା ଅଭିଯୋଗ ହୋଇଛି । ରାଜନୈତିକ ଶତ୍ରୁତାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply