www.samajalive.in
Sunday, December 14, 2025
19.1 C
Bhubaneswar

ବିଜେଡିର ପଞ୍ଚାୟତସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ

ନେମାଳ: ଗୁରୁବାର କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନେମାଳ ଥାନା ଅନ୍ତର୍ଗତ ୨୫ ନମ୍ବର ଜିଲ୍ଲା ପରିଷଦ ଜୋନ୍‍ ଅଧିନରେ ଥିବା ନେମାଳ, ପାଳଦା, ସାନ୍ତପୁର, କଳମିଶ୍ରି, ଜନାର୍ଦ୍ଦନପୁର ଓ ବନ୍ଧୁପୁର ,ତିଲକଣା ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ବିଶାଳ ଶୋଭାଯାତ୍ରା ଓ ପଞ୍ଚାୟତସ୍ତରୀୟ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ଶୋଭାଯାତ୍ରାରେ ବିଧାନସଭା ପ୍ରାର୍ଥୀ ତଥା ମନ୍ତ୍ରୀ ଚନ୍ଦ୍ରସାରଥୀଙ୍କୁ ଦେଖିବାକୁ ଗାଁ ଦାଣ୍ଡରେ ଠିଆହୋଇ ହୁଳହୁଳି ,ହରିବୋଲ ଓ ଜିନ୍ଦାବାଦ୍‍ ମାଧ୍ୟମରେ ସମ୍ବର୍ଦ୍ଧନା ଦେଉଥିବା ଦେଖିବାକୁ ମିଳିଥିଲା। ଉକ୍ତ ଶୋଭାଯାତ୍ରାରେ ଶତାଧିକ ମୋଟର ସାଇକେଲ କଳମିଶ୍ରୀ, ବନ୍ଧୁପୁର , ଜନାଦ୍ଧନପୁର ଆଦି ପଞ୍ଚାୟତରେ ବୁଲିଥିଲା। ଶତାଧିକ କର୍ମୀ ପ୍ରାର୍ଥୀ ଚନ୍ଦ୍ରସାରଥୀଙ୍କ ସହିତ ଗାଁ ଗାଁ ବୁଲି ବିଜେଡି ଦଳ ତଥା ଶଂଖ ଚିହ୍ନକୁ ଆଗାମୀ ନିର୍ବାଚନରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ। ପ୍ରାକ୍ତନ ଜିଲ୍ଲାପରିଷଦ ତଥା ବିଜେଡି ସଂଯୋଜକ ରମେଶ ଚନ୍ଦ୍ର ସ୍ୱଇଁଙ୍କ ନେତୃତ୍ୱରେ ଉକ୍ତ ଶୋଭାଯାତ୍ରାରେ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। ଉକ୍ତ ପଥପ୍ରାନ୍ତ ସଭାରେ ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଯୋଗଦେଇ କଟକ ସଦର ନିର୍ବାଚନ ମଣ୍ଡଳୀରେ ବିଗତ ବର୍ଷ ମଧ୍ୟରେ ବହୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଥିବା ଉଲ୍ଲେଖ କରି, ଏଥର ନିର୍ବାଚନ ବୈତରଣୀ ପାର କରାଇ ଦେଲେ ଅବଶିଷ୍ଟ କାର୍ଯ୍ୟଗୁଡିକ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୃତି ଦେବା ସହିତ ତାଙ୍କୁ ସୁଯୋଗ ଦେଲେ ଭବିଷ୍ୟତରେ ସ୍ୱାସ୍ଥ୍ୟ, ଶିକ୍ଷା,ବିଦ୍ୟୁତ, ଜଳସେଚନ,ଗମନାଗମନ ଓ ମହିଳାଙ୍କ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଦ୍‍ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟା ସୁଭଦ୍ରା ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ବରିଷ୍ଠ ବିଜେଡି ନେତା ପ୍ରଦିପ୍ତ ଷଢଙ୍ଗୀ, ନେମାଳ ବିଜେଡି ସଭାପତି ବିମଲ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବହୁ ବିଜେପି ଓ କଂଗ୍ରେସ କର୍ମି ବିଜେଡିରେ ଯୋଗ ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories