ବିଜେଡି କାର୍ଯ୍ୟାଳୟରେ ଭଙ୍ଗାରୁଜା ; ୫ଜଣଙ୍କ ନାମରେ ମାମଲା
ବଡ଼ସାହି : ବାରିପଦା ସହର ମଧ୍ୟରେ ଥିବା ବିଜୁ ଜନତାଦଳ କାର୍ଯ୍ୟାଳୟ, ବିଜୁ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଗଣ୍ଡଗୋଳର ରୂପ ନେଇଛି। ବିଜେଡି ଯୁବ ଗୋଷ୍ଠୀର କିଛି କର୍ମକର୍ତ୍ତା ବିଜୁ ଭବନରେ ପଶି ଚେୟାର, ଟେବୁଲ, ଲାଇଟ୍ ଆଦି ଭାଙ୍ଗିଛନ୍ତି। ଏହା ସହିତ ବିଜୁବାବୁ ଏବଂ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ୨୦ରୁ ୨୫ ଜଣ ଯୁବକ ବିଜେଡି କାର୍ଯ୍ୟାଳୟରେ ପଶି ଏହି ଭଙ୍ଗାରୁଜା କରିଛନ୍ତି। ବିଜେଡି ନେତା ତଥା ବାରିପଦା ଉପ-ନଗରପାଳଙ୍କ ଘର ଉପରକୁ ମଧ୍ୟ ସେମାନେ ଟେକା ପଥର ମାଡ଼ କରିଛନ୍ତି।
ବାରିପଦା ଟାଉନଥାନାରେ ଏନେଇ ୫ଜଣଙ୍କ ନାମରେ ବିଜୁ ଜନତାଦଳ କାର୍ଯ୍ୟାଳୟ ପକ୍ଷରୁ ମାମଲା ରୁଜୁ ହୋଇଛି। ତେବେ ଏହି ଘଟଣା ନେଇ ମଙ୍ଗଳବାର ବିଜୁ ଜନତାଦଳରୁ ଜିତ୍ ପଟ୍ଟନାୟକଙ୍କୁ ନଲମ୍ବିତ କରାଯାଇଛି।