mission shakti banner

ଚୌଦ୍ୱାରରେ ବିଜେଡିର ନିର୍ବାଚନ ପ୍ରଚାର

BSKY banner  750×100

ଚୌଦ୍ୱାର: ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ସୌଭିକ ବିଶ୍ୱାଳ ଚୌଦ୍ୱାର ଅଞ୍ଚଳରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦଳୀୟ ସମର୍ଥକମାନଙ୍କ ଗହଣରେ ସୌଭିକ ପୌରାଞ୍ଚଳର ୧୨ନମ୍ବର ୱାର୍ଡ଼ସ୍ଥିତ ବୁଢ଼ାଲିଙ୍ଗ ମନ୍ଦିରରେ ପୂଜାର୍ଚ୍ଚନା କରି ପଦଯାତ୍ରରେ ବୁଢ଼ାଲିଙ୍ଗ ଗ୍ରାମ, ଓଟିଏମ୍‍ କଲୋନୀ ଏବଂ ଏହାର ଆଖପାଖ ବସ୍ତି ପରିକ୍ରମା କରିବା ସହିତ ଘରକୁ ଘର ବୁଲି ଭୋଟରମାନଙ୍କୁ ଭେଟିଥିଲେ। ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅଞ୍ଚଳରେ କରାଯାଇଥିବା ବିଭିନ୍ନ ବିକାଶ କାର୍ଯ୍ୟର ସୂଚନା ପ୍ରଦାନ କରି ଦଳୀୟ ପ୍ରର୍ଥୀମାନଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ। ପୌରପାଳିକା ୧୫ ନମ୍ବର ୱାର୍ଡ଼ ଓ ୧୮ ନଂ ୱାର୍ଡରେ ଆୟୋଜିତ ଶୋଭାଯାତ୍ରାରେ ଶ୍ରୀ ବିଶ୍ୱାଳ ଯୋଗ ଦେଇଥିଲେ।

Comments are closed.