www.samajalive.in
Saturday, December 6, 2025
14.1 C
Bhubaneswar

ନଖ କାମୁଡୁଛନ୍ତି କି? ହୋଇଯାଆନ୍ତୁ ସାବଧାନ

ଆମେ ଦେଖିଥାଉ ଅନେକ ଲୋକ ନିଜ ନଖ ଚୋବାଇ ଥାଆନ୍ତି। ଏହା ଏକ ମନୋବୈଜ୍ଞାନିକ ସମସ୍ୟା ଅଟେ। ଯେତେବେଳେ ବ୍ୟକ୍ତି ଅଧିକ ଚିନ୍ତିତ ଥାଆନ୍ତି ସେତେବେଳେ ଏପରି ଅଭ୍ୟାସ ଦେଖା ଦେଇଥାଏ। କିଛି ବ୍ୟକ୍ତି ଏହି ଅଭ୍ୟାସରୁ ନିଜେ ଦୂରେଇବାକୁ ଚେଷ୍ଟା କରିଥାନ୍ତି। ଅନ୍ୟ କେତେକ ଲୋକଙ୍କର ଏହି ଅଭ୍ୟାସକୁ ଛଡାଇବା ପାଇଁ ଘର ଲୋକ ଅନେକ ଚେଷ୍ଟା କରିଥାନ୍ତି। ନଖ ଚୋବାଇବା ଦ୍ବାରା ଅନେକ ରୋଗ ହୋଇଥାଏ।

ପାଚନ କ୍ରିୟାରେ ପ୍ରଭାବ :

- Advertisement -

ନଖରେ ଅନେକ ଅପରିଷ୍କାର ଧୂଳି ଜମି ରହିଥାଏ। ନଖ କାମୁଡିବା ଦ୍ବାରା ଏହା ଆମ ପେଟକୁ ଯାଇଥାଏ। ଏହାଦ୍ବାରା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପଡିଥାଏ। ପେଟ ଜନିତ ସମସ୍ୟା ଦେଖା ଦେଇଥାଏ। ସ୍ମରଣ ଶକ୍ତି ଉପରେ ଏହା ପ୍ରଭାବ ପକାଇଥାଏ।

ସଂକ୍ରମଣ :

ହାତର ନଖରେ ଅଧିକ ମଇଳା ଜମିଥାଏ। ସେହି ମଇଳା ଯୋଗୁ ନଖରେ ବ୍ୟାକ୍ଟେରିଆ ଉତ୍ପନ ହୋଇଥାଏ। ସେହି ନଖକୁ ପାଟିରେ ପୁରାଇବା ଦ୍ବାରା ବ୍ୟାକ୍ଟେରିଆ ଆମ ଶରୀରକୁ ଯାଇଥାଏ। ଏହାଦ୍ବାରା ଆମକୁ ଅନେକ ସଂକ୍ରମଣ ରୋଗର ଶିକାର ହେବାକୁ ପଡିଥାଏ।

ଦାନ୍ତ ଦୁର୍ବଳ ହେବା :

ଅଧିକ ନଖ କାମୁଡିବା ଦ୍ବାରା ଦାନ୍ତ ଦୁର୍ବଳ ହୋଇଯାଏ।

ଏଥିରୁ ବର୍ତ୍ତିବା ପାଇଁ ଉପାୟ :

ନଖ ସଫା ଓ ଛୋଟ ରଖିବା :

ନଖ କାମୁଡିବାର ବର୍ତ୍ତିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ନଖ ଛୋଟ ଛୋଟ ରଖିବା। ସର୍ବଦା ନଖକୁ ସଫା ରଖନ୍ତୁ। ଏପରି କରିବା ଦ୍ବାରା ନଖରେ ମଇଳା କମ ରହିଥାଏ।

ନଖ କାମୁଡିବାକୁ ଇଚ୍ଛା ହେଲେ ଖାଦ୍ୟ ଖାଆନ୍ତୁ :

ନଖ କାମୁଡିବା ପାଇଁ ଇଚ୍ଛା ହେଲେ ଅନ୍ୟ ଖାଦ୍ୟ ଚୋବାଇ ଖାଆନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଏହି ଅଭ୍ୟାସ ଆସ୍ତେ ଆସ୍ତେ ଛାଡି ଯିବ।

ଅନ୍ୟ ଆଡେ ଧ୍ୟାନ ଦିଅନ୍ତୁ :

ନଖ କାମୁଡିବା ଅଭ୍ୟାସରୁ ନିବୃତ୍ତ ହେବା ପାଇଁ ସବୁଠାରୁ ଉତ୍ତମ ଉପାୟ ଅନ୍ୟ ଆଡେ ଧ୍ୟାନ ଦେବା। ନଖ କାମୁଡିବାକୁ ଇଚ୍ଛା ହେଲେ ନିଜର ପସନ୍ଦ ମୁତାବକ କାର୍ଯ୍ୟ କରନ୍ତୁ। ଯେପରି କବିତା, କାହାଣୀ ଲେଖିବା, ଗୀତ ଓ ନୃତ୍ୟ କରିବା ଇତ୍ୟାଦି। ଏପରି କରିବା ଦ୍ବାରା ନଖ କାମୁଡିବା ଅଭ୍ୟାସ ଧିରେ ଧିରେ ଛାଡିଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories