www.samajalive.in
Saturday, December 6, 2025
17.1 C
Bhubaneswar

ପ୍ରକୃତି ସୌନ୍ଦର୍ଯ୍ୟର ଏକ ରୂପ ‘ସୀତାକୁଣ୍ଡ’

ମାଲକାନଗିରି ଜିଲା ଖଇରପୁଟ ବ୍ଲକ ନିକଟରେ ଅବସ୍ଥିତ ବଣ୍ଡାଘାଟି ହେଉଛି ଏକ ନିଆରା ପର୍ଯ୍ୟଟନସ୍ଥଳୀ। ବଣ୍ଡା ଜନଜାତି ଲୋକଙ୍କ ସଂସ୍କୃତି, ପରମ୍ପରା ସହ ବଣ, ପାହାଡ଼, ଝରଣା ଆଦି ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ଅବସ୍ଥିତ ପୁରାଣ ବର୍ଣ୍ଣିତ ସୀତାକୁଣ୍ଡ ଘାଟି ଏଠାକାର ମୁଖ୍ୟ ଆକର୍ଷଣ। ଲୋକକଥା ଅନୁଯାୟୀ, ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ ମଧ୍ୟରୁ ଗୋଟିଏ ବର୍ଷ ଏଠାରେ ଅତିବାହିତ କରିଥିଲେ। ଏକ ଝରଣା କୁଣ୍ଡରେ ମାତା ସୀତା ସ୍ନାନ କରୁଥିବାରୁ ସେହି କୁଣ୍ଡଟିକୁ ହିଁ ସୀତାକୁଣ୍ଡ ନାମରେ ନାମିତ କରାଯାଇଛି। ଏଠାରେ ମା’ସୀତାଙ୍କ ପାଦ ଚିହ୍ନ ମଧ୍ୟ ରହିଛି। ଏହି କୁଣ୍ଡରେ ବର୍ଷସାରା ଜଳ ପ୍ରବାହିତ ହୋଇଥାଏ। ଏହି କୁଣ୍ଡକୁ ଦେଖିବା ପାଇଁ ଏଠାରେ ବହୁ ଲୋକଙ୍କ ଭିଡ଼ ଜମିଥାଏ। ବଣ୍ଡା ସମ୍ପ୍ରଦାୟ ଲୋକଙ୍କ ପାଇଁ ଏହା ପୁଣ୍ୟପୀଠ ଅଟେ। ସୀତାକୁଣ୍ଡ ନିକଟରେ ରହିଛି ଇଷ୍ଟଦେବତା ପାଟଖଣ୍ଡା। ପ୍ରଭୁ ରାମଚନ୍ଦ୍ର ବନବାସ ସମୟରେ ସୁରକ୍ଷା ପାଇଁ ବଣ୍ଡା ସମ୍ପ୍ରଦାୟକୁ ଏହି ଖଣ୍ଡା ପ୍ରଦାନ କରିଥିବା ପ୍ରଚଳିତ କିମ୍ବଦନ୍ତୀରୁ ଜଣାପଡ଼େ। ପ୍ରତିବର୍ଷ ମାଘ ପୂର୍ଣ୍ଣିମାରେ ବଣ୍ଡା ସମ୍ପ୍ରଦାୟର ଲୋକେ ଏହି ଖଣ୍ଡାକୁ ପୂଜା କରିଥାଆନ୍ତି।
ବଣ୍ଡାମାନଙ୍କ ବେଶଭୂଷା, ପର୍ବପର୍ବାଣି, ପ୍ରକୃତିର କୋଳରେ ନିଜେ ଜଡ଼ିତ ହୋଇ ପ୍ରକୃତି କୋଳରେ ବଞ୍ଚିବାର ଭିନ୍ନ ଭିନ୍ନ ଜୀବନଶୈଳୀ ବିଷୟରେ ଜାଣିବାକୁ ପର୍ଯ୍ୟଟକ ତଥା ବିଶେଷଜ୍ଞ ସର୍ବଦା ଜାଣିବାକୁ ଇଚ୍ଛୁକ ଥାଆନ୍ତି। ବଣ୍ଡାଜାତିର ମହିଳାମାନେ ପରିଧାନ କରୁଥିବା ବଳା, ଖଡ଼ୁ, ମାଳି ବେଶ ଆକର୍ଷଣୀୟ ଅଟେ। ବଣ୍ଡା ଜାତିର ପାହାଡ଼ ଶୀର୍ଷର ସେମାନଙ୍କ ଅଧିଷ୍ଠାତ୍ରୀ ଦେବୀ ଡ଼ାଲଖାଇ ଠାକୁରାଣୀ ପୂଜା ପାଉଛନ୍ତି। ବଣ୍ଡା ସମ୍ପ୍ରଦାୟର ପର୍ବପର୍ବାଣି ପରି ବଣ୍ଡା ପାହାଡ଼ ଈଶ୍ୱରୀୟ ପୂଜାବିଧି ମଧ୍ୟ ଭିନ୍ନ ଅଟେ। ଦେବୀଙ୍କ ନିକଟରେ କେବଳ ଗଛର ଡ଼ାଳ ହିଁ ଭୋଗ ଲାଗିଥାଏ। ସୀତାକୁଣ୍ଡ ,ବଣ୍ଡା ସମ୍ପ୍ରଦାୟର ଲୋକଙ୍କ ଜୀବନଶୈଳୀ ସହ ପ୍ରକୃତିର ସୌନ୍ଦର୍ଯ୍ୟ ଏଠାକାର ସ୍ୱତନ୍ତ୍ରତାକୁ ବଜାୟ ରଖିଛି।
ଗମନାଗମନ ଦୃଷ୍ଟିରୁ ନିକଟତମ ରେଳ ଷ୍ଟେସନ ହେଉଛି କୋରାପୁଟ। ସେଠାରୁ ବସରେ ଜୟପୁର ଦେଇ ଖଇରପୁଟରେ ପହଞ୍ଚି ବଣ୍ଡାଘାଟିକୁ ଯାଇପାରିବେ। ଭୁବନେଶ୍ୱରରୁ ବସରେ ମାଲକାନଗିରି, ମାଲକାନଗିରିରୁ ଖଇରପୁଟ ଯିବା ପରେ ସେଠାରୁ ସୁବିଧାରେ ବଣ୍ଡାଘାଟିକୁ ଯାଇପାରିବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories