www.samajalive.in
Saturday, December 13, 2025
26.1 C
Bhubaneswar

ଜର୍ମାନୀରେ ପ୍ରବାସୀ ଓଡ଼ିଆଙ୍କ ରଥଯାତ୍ରା

ସମାଜ ଡିଜିଟାଲ ଡେସ୍କ: ଜର୍ମାନୀର ଡୁସଲଡୋର୍ଫ ସହରରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସଂଗଠନ , “କଳିଙ୍ଗ ମହାସଂଘ ଡୁସଲଡୋର୍ଫ” ଦ୍ଵାରା ଚଳିତ ବର୍ଷ ୨୮ ଜୁନ୍ , ଶନିବାର ଦିନ ଖୁବ୍ ଆଡମ୍ୱର ସହକାରେ ରଥଯାତ୍ରା ପାଳନ କରାଯାଇଛି। ଏହି ସମାବେଶରେ ୧୦୦ ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆଙ୍କ ସମେତ ୨୦୦ରୁ ଉର୍ଦ୍ଧ ଭାରତୀୟ ଓ ଅନେକ ଅର୍ନ୍ତଜାତୀୟ ଶ୍ରଦ୍ଧାଳୁ ମଧ୍ୟ ଯୋଗ ଦେଇଥିଲେ ।

ରଥଯାତ୍ରା ପାଇଁ ଶୀତଳ ଚନ୍ଦନ ତିଲକର ସୁଗନ୍ଧ ଓ ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ବାତାବରଣ ପବିତ୍ର ହୋଇ ଉଠିଥିଲା । ତିନି ଦିଅଁଙ୍କ ଯଥା ବିଧି ଅନୁସାରେ ପହଣ୍ଡି ବିଜେ ସହ ହରିବୋଲ,ହୁଳହୁଳି, ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ରଥଟଣା କାର‌୍ୟ୍ୟକ୍ରମ ସମ୍ପାଦନ ହୋଇଥିଲା । ତତ୍ ପଶ୍ଚାତ ସାଂସ୍କୃତିକ କାର‌୍ୟ୍ୟକ୍ରମ ଦ୍ୱାରା ଶ୍ରଦ୍ଧାଳୁଙ୍କୁ ଜଗନ୍ନାଥ ପ୍ରେମରେ ବାନ୍ଧି ରଖିବାକୁ ପ୍ରୟସା କରିଥିଲା କଳିଙ୍ଗ ମହାସଂଘ । ମନରେ ଜଗନ୍ନାଥ ଭକ୍ତି ଯୋଗୁଁ ବିଦେଶ ମାଟିରେ ମହା ଆଡମ୍ବର ସହକାରେ ରଥଯାତ୍ରା ପାଳନ କରିବାରେ ସକ୍ଷମ ହୋଇ ପାରିଥିବାରୁ ସବୁ ଓଡ଼ିଆ ଖୁବ୍ ଆନନ୍ଦିତ ଏବଂ ଉଲ୍ଲସିତ ହୋଇଥିଲେ ।

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories