www.samajalive.in
Friday, December 5, 2025
23.1 C
Bhubaneswar

ଜର୍ମାନୀରେ ପ୍ରବାସୀ ଓଡ଼ିଆଙ୍କ ରଥଯାତ୍ରା

ସମାଜ ଡିଜିଟାଲ ଡେସ୍କ: ଜର୍ମାନୀର ଡୁସଲଡୋର୍ଫ ସହରରେ ବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ସଂଗଠନ , “କଳିଙ୍ଗ ମହାସଂଘ ଡୁସଲଡୋର୍ଫ” ଦ୍ଵାରା ଚଳିତ ବର୍ଷ ୨୮ ଜୁନ୍ , ଶନିବାର ଦିନ ଖୁବ୍ ଆଡମ୍ୱର ସହକାରେ ରଥଯାତ୍ରା ପାଳନ କରାଯାଇଛି। ଏହି ସମାବେଶରେ ୧୦୦ ରୁ ଉର୍ଦ୍ଧ ପ୍ରବାସୀ ଓଡ଼ିଆଙ୍କ ସମେତ ୨୦୦ରୁ ଉର୍ଦ୍ଧ ଭାରତୀୟ ଓ ଅନେକ ଅର୍ନ୍ତଜାତୀୟ ଶ୍ରଦ୍ଧାଳୁ ମଧ୍ୟ ଯୋଗ ଦେଇଥିଲେ ।

ରଥଯାତ୍ରା ପାଇଁ ଶୀତଳ ଚନ୍ଦନ ତିଲକର ସୁଗନ୍ଧ ଓ ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ବାତାବରଣ ପବିତ୍ର ହୋଇ ଉଠିଥିଲା । ତିନି ଦିଅଁଙ୍କ ଯଥା ବିଧି ଅନୁସାରେ ପହଣ୍ଡି ବିଜେ ସହ ହରିବୋଲ,ହୁଳହୁଳି, ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ ରଥଟଣା କାର‌୍ୟ୍ୟକ୍ରମ ସମ୍ପାଦନ ହୋଇଥିଲା । ତତ୍ ପଶ୍ଚାତ ସାଂସ୍କୃତିକ କାର‌୍ୟ୍ୟକ୍ରମ ଦ୍ୱାରା ଶ୍ରଦ୍ଧାଳୁଙ୍କୁ ଜଗନ୍ନାଥ ପ୍ରେମରେ ବାନ୍ଧି ରଖିବାକୁ ପ୍ରୟସା କରିଥିଲା କଳିଙ୍ଗ ମହାସଂଘ । ମନରେ ଜଗନ୍ନାଥ ଭକ୍ତି ଯୋଗୁଁ ବିଦେଶ ମାଟିରେ ମହା ଆଡମ୍ବର ସହକାରେ ରଥଯାତ୍ରା ପାଳନ କରିବାରେ ସକ୍ଷମ ହୋଇ ପାରିଥିବାରୁ ସବୁ ଓଡ଼ିଆ ଖୁବ୍ ଆନନ୍ଦିତ ଏବଂ ଉଲ୍ଲସିତ ହୋଇଥିଲେ ।

- Advertisement -

 

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories