www.samajalive.in
Friday, December 5, 2025
23.1 C
Bhubaneswar

ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ- ରାଜସ୍ୱ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ସେ ସୁରେଶ ପୂଜାରୀ କହିଛନ୍ତି ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି । ପରିସ୍ଥିତିରେ ସୁଧାର ଆସିଛି, ଧୀରେଧୀରେ ପାଣି କମିବ । ଆଦୌ ଭୟଭୀତ ହେବାର ଆଶଙ୍କା ନାହିଁ । ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାକୁ ରେଡ ଆଲର୍ଟ ରହିଛି । ବର୍ଷା ପାଣି ସହ ଝାଡଖଣ୍ଡର ଡ୍ୟାମରୁ ପାଣି ଆସୁଛି । ଏଥିପାଇଁ ଝାଡଖଣ୍ଡ ସରକାରଙ୍କ ସହ ଯୋଗଯୋଗରେ ଅଛୁ । ସେହିପରି ସୁବର୍ଣ୍ଣରେଖାରେ ଜଳସ୍ତର ଧୀରେଧୀରେ ବଢୁଛି । ତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ୍‍ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । କଟକରୁ ୨ଟି ଓଡ୍ରାଫ୍‍ ଟିମ୍‍ ବାଲେଶ୍ୱର ଯିବେ । ଆଉ ଏକ ଲଘୁଚାପ ଥିବାରୁ ଏହା ଉପରେ ନଜର ରହିଛି । ବିଭିନ୍ନ ଜାଗାରେ ଘାଇ ସୃଷ୍ଟି ହୋଇଛି । ବ୍ୟାପକ ଚାଷ, ପନିପରିବା ଫସଲ ନଷ୍ଟ ହୋଇଥିବା ମନ୍ତ୍ରୀ କହିଛନ୍ତି ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories