ନୂଆଦିଲ୍ଲୀ : ସାପ ନାଁ ଶୁଣିବା ମାତ୍ରେ ଭୟ ଲାବିବା ସାଧାରଣ କଥା । ତେବେ ଚିନ୍ତା କରନ୍ତୁ ବାହାରେ ନୁହେଁ ବରଂ ଘରେ ହଠାତ୍ ବିଷଧର ସାପ ଦେଖିଲେ ପରିସ୍ଥିତି କ’ଣ ହେବ । ନିକଟରେ ସାପର ଏଭଳି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି, ଯାହା ଖୁବ୍ ଭୟଭୀତ କରିବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରୁଛି ।
ଘଟଣାରୁ ଜଣାପଡିଛି, ଜଣେ ବ୍ୟକ୍ତିଙ୍କ ଘରୁ ଅଜବ ଅଜବ ଶବ୍ଦ ଆସୁଥିଲା । ଶବ୍ଦ କେଉଁ ସ୍ଥାନରୁ ଆସୁଛି ଭାବି ଫ୍ରିଜ୍ ଖୋଲି ଯାହା ଦେଖିଲେ, ତାହାକୁ ସହଜରେ ବିଶ୍ୱାସ କରି ପାରିଲେ ନାହିଁ । ପରିବାର ଲୋକେ ଫ୍ରିଜ୍ରେ ଏକ ବିଷଧର ସାପ ଆରାମରେ ବସିଥିବା ଦେଖିବାକୁ ପାଇଥିଲେ ।
ପରିବାର ଲୋକେ ତୁରନ୍ତ ସାପ ଧରାଳିକୁ ଖବର ଦେଇଥିଲେ । ସାପ ଧରାଳି ଘଟଣାସ୍ଥଳରେ ପହଞ୍ଚିବା ସହ ସାପ ଧରିବା ସମୟରେ ଭିଡିଓ କରିଥିଲେ । ଯାହା ଏବେ ଭାଇରାଲ୍ ହେଉଛି । ସାପ ଧରାଳି ଜଣକ କହିଥିଲେ, ଏହା ବିଷଧର ସାପ ମଧ୍ୟରୁ ଗୋଟିଏ । ସାପଟି ଫ୍ରିଜ୍ ଭିତରେ ଆରାମରେ ଗୁଡାଇ ହୋଇ ରହିଥିଲା । ପରେ ସାପକୁ ସୁରକ୍ଷିତ ସ୍ଥାନରେ ଛଡା ଯାଇଥିଲା । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
ଜୁଲାଇରେ ଗ୍ରହଙ୍କ ମହାଚଳନ .. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି; ମିଳିବ ଖାଲି ସଫଳତା, ଚାକିରି, କିଣିବେ ଘର,ଗାଡି..



