ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୁଲାଇ ମାସ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଖୁବ୍ ଖାସ୍ ହେବାକୁ ଯାଉଛି । ୯ ଜୁଲାଇରେ ଗୁରୁ ବୃହସ୍ପତି ମିଥୁନ ରାଶିରେ ଉଦୟ ହେବେ । ୧୩ ଜୁଲାଇରେ ଶନି ଦେବ ମୀନ ରାଶିରେ ଓଲଟା ଚଳନ କରିବେ । ୧୬ ଜୁଲାଇରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ । ୧୮ ଜୁଲାଇରେ ବୁଧ ଗ୍ରହ କର୍କଟ ରାଶିରେ ଓଲଟା ଚଳନ କରିବେ । ୨୪ ଜୁଲାଇରେ ବୁଧ କର୍କଟ ରାଶିରେ ଅସ୍ତ ହେବେ । ୨୬ ଜୁଲାଇରେ ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିବେ । ୨୮ ଜୁଲାଇରେ ମଙ୍ଗଳ କନ୍ୟା ରାଶିରେ ଚଳନ କରିବେ । ଏହି ଚଳନ ଫଳରେ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍ ହେବେ ଜାଣନ୍ତୁ..
ମେଷ- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ସମ୍ମାନ ବୃଦ୍ଧି ହେବ । ଆତ୍ମବିଶ୍ୱାସ ଓ ସଠିକ୍ ନିଷ୍ପତ୍ତି ଦ୍ୱାରା କାମ ପୂରଣ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ବୈବାହିକ ଜୀବନ ସୁଖମୟ ହେବ । ନୂଆ ଚାକିରିିର ମଧ୍ୟ ଯୋଗ ରହିଛି ।
ବୃଷ- ଦୁଃଖ ଦୂର ହେବ । ଅଟକି ଥିବା କାମରେ ସଫଳତା ମିଳିବ । ନୂଆ ଦାୟିତ୍ୱ ମିଳିବ । ପରିଶ୍ରମର ଫଳ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଅଟକି ଥିବା ଧନ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କନ୍ୟା- ଭାଗ୍ୟ ଚମକିବ । ମାନ-ସମ୍ମାନ ବୃଦ୍ଧି ହେବ । ନୂଆ ଘର, ଗାଡି କିଣିବାର ଯୋଗ ରହିଛି । ବ୍ୟବସାୟରେ ବଡ ଲାଭ ମିଳିବ । ଚାକିରିରେ ସଫଳତା ମିଳିବ ।
ବିଛା- ଉନ୍ନତି ହେବ । ପରିଶ୍ରମର ଫଳ ମିଳିବ । ଟଙ୍କା ନିବେଶ କରି ଲାଭବାନ୍ ହେବେ । ସମ୍ପର୍କରେ ମଧୁରତା ରହିବ । ପୁରୁଣା ସମସ୍ୟା ଦୂର ହେବ ।
କୁମ୍ଭ- ଶୁଭ ଖବର ମିଳିବ । ପରିଶ୍ରମ କରି ସଫଳତା ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦେଶ ଯାତ୍ରାର ଯୋଗ ରହିଛି । ସନ୍ତାନ ସୁଖ ମିଳିବ । ଏକାଗ୍ରତା ବୃଦ୍ଧି ପାଇବ ।



