www.samajalive.in
Friday, December 5, 2025
26.1 C
Bhubaneswar

ଖୁସି ଖବର! ଶସ୍ତା ହେଲା ଦେଶର ପ୍ରଥମ ସିଏନଜି ବାଇକ୍‌

ସମାଜ ଡିଜିଟାଲ ଡେସ୍କ: ସିଏନଜି ମୋଟରସାଇକେଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଶସ୍ତା ହେଲା ଦେଶର ପ୍ରଥମ ସିଏନଜି ବାଇକ୍‌। ବଜାଜ ଅଟୋ ଏହାର ସିଏନଜି ମୋଟରସାଇକେଲ ବଜାଜ ଫ୍ରୀଡମ୍‌ ୧୨୫ର ମୂଲ୍ୟ ହ୍ରାସ କରିଛି, ଯଦ୍ଵାରା ଗ୍ରାହକମାନଙ୍କ ପାଇଁ ସିଏନଜି ବାଇକ୍ କିଣିବା ଏବେ ଆହୁରି ସହଜ ହୋଇଛି। ବଜାଜ ଅଟୋ ବେସ୍ ମଡେଲ୍ NG04 Drumର ମୂଲ୍ୟ ୫,୦୦୦ ଟଙ୍କା କମାଇ ଦେଇଛି, ଯାହା ଫଳରେ ଏବେ ଏହାର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ମାତ୍ର ୮୫, ୯୭୬ ଟଙ୍କା ହୋଇଯାଇଛି।

ବିକ୍ରୟ ବୃଦ୍ଧି ଆଶା:

- Advertisement -

ବଜାଜ୍ ଅଟୋର ଲକ୍ଷ୍ୟ ହେଉଛି, ଅଧିକରୁ ଅଧିକ ଲୋକଙ୍କୁ ଏହି ସିଏନଜି ବାଇକ୍ କିଣିବାକୁ ଆକର୍ଷିତ କରିବା, କାରଣ ଗତ କିଛି ମାସ ମଧ୍ୟରେ ଫ୍ରୀଡମ୍‌ ୧୨୫ର ବିକ୍ରୟ ବହୁତ କମିଯାଇଛି। ଏହି ମୋଟରସାଇକେଲ୍ ସିଏନଜି ଓ ପେଟ୍ରୋଲ୍ ଉଭୟରେ ଚାଲିପାରିବ। ଏବେ ଯଦି ଆପଣ ଫ୍ରିଡମ୍ ୧୨୫ର ବେସ୍ ମଡେଲ୍ NG04 Drum କିଣୁଛନ୍ତି, ତେବେ ଆପଣଙ୍କୁ ୫,୦୦୦ ଟଙ୍କା କମ୍ ଦେବାକୁ ପଡ଼ିବ। ଫ୍ରୀଡମ୍ ୧୨୫ ତିନୋଟି ଭିନ୍ନ ଭିନ୍ନ ମଡେଲରେ ଉପଲବ୍ଧ। ଫ୍ରିଡମ୍ ୧୨୫ର ଟପ୍ ଭାରିଆଣ୍ଟର ଏକ୍ସ-ଶୋରୁମ୍ ମୂଲ୍ୟ ୧.୧୧ ଲକ୍ଷ ଟଙ୍କା।

କେବଳ ବେସ୍‌ ଭାରିଏଣ୍ଟର ଦାମ୍‌ କମିଛି: 

ଏଠାରେ ସୂଚନାଯୋଗ୍ୟ, ବାଜାଜ୍ ଫ୍ରୀଡମ୍ ୧୨୫ର ବେସ୍ ମଡେଲ୍ ବ୍ୟତୀତ ଅନ୍ୟ ଦୁଇଟି ମଡେଲର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ କମ୍ପାନୀ ଆଶା କରୁଛି ଯେ, ମୂଲ୍ୟ ହ୍ରାସ ପରେ ଗ୍ରାହକମାନଙ୍କ ମଧ୍ୟରେ ଏହାର ଚାହିଦା ବୃଦ୍ଧି ପାଇବ। ତେବେ ଏହାର ବିଶେଷତ୍ଵ ବିଷୟରେ କହିବାକୁ ଗଲେ, ବଜାଜ ଫ୍ରୀଡମ୍‌ ୧୨୫ ସିଏନଜିରେ ୧୨୫ ସିସିରେ ସିଙ୍ଗଲ୍-ସିଲିଣ୍ଡର ଏୟାର-କୁଲ୍ଡ ଇଞ୍ଜିନ୍ ଦିଆଯାଇଛି, ଯାହା ୯.୫ ପିଏସର ପାୱାର ଏବଂ ୯.୭ ନ୍ୟୁଟନ ମିଟରର ପିକ୍ ଟର୍କ ଜେନେରେଟ୍ କରିଥାଏ।

ବମ୍ପର ମାଇଲେଜ୍‌:

ବଜାଜ୍ ଫ୍ରୀଡମ୍ ୧୨୫ ମୋଟରସାଇକେଲରେ ୨ ଲିଟରର ପେଟ୍ରୋଲ୍ ଟାଙ୍କି ଏବଂ ୨ ଲିଟରର ସିଏନଜି ଟାଙ୍କି ରହିଛି। କମ୍ପାନୀ ଦାବି କରିଛି ଯେ, ଏହି ବାଇକ୍ ସିଏନଜିରେ ୧୦୦ କିମି ପ୍ରତି କେଜି ଏବଂ ପେଟ୍ରୋଲରେ ୬୫ କିମି ପ୍ରତି ଲିଟର ମାଇଲେଜ୍ ଦିଏ। ଫ୍ରିଡମ ୧୨୫ର ମୋଟ୍ ରାଇଡିଂ ରେଞ୍ଜ ପ୍ରାୟ ୩୩୦ କିଲୋମିଟର, ଅର୍ଥାତ୍ ଆପଣ ଗୋଟିଏ ଥର ଟାଙ୍କି ପୁରା ହେଲେ ପ୍ରାୟ ୩୩୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories