www.samajalive.in
Friday, December 5, 2025
23.1 C
Bhubaneswar

ଖୁବ୍‌ଶୀଘ୍ର ଆଉ ଏକ ମାଈ ଆନାକୋଣ୍ଡା ମା’ ହେବ: ଉପନିର୍ଦେଶକ

ନନ୍ଦନକାନନ : ନନ୍ଦନକାନନ ପ୍ରାଣୀଉଦ୍ୟାନର ସରୀସୃପ ଉଦ୍ୟାନର ୪୫ନମ୍ବର ଖୁଆଡ଼ରେ ରହୁଥିବା ହଳଦିଆ ରଙ୍ଗର ମାଈ ଆନାକୋଣ୍ଡା ରବିବାର ୭ଶାବକ ଜନ୍ମ ଦେଇଛି। ପୂର୍ବରୁ ଓୟୁଏଟି ବିଶେଷଜ୍ଞ ଓ ନନ୍ଦନକାନନ ଚିକିତ୍ସକଙ୍କ ମିଳିତ ସହଯୋଗରେ ମା’ ଆନାକୋଣ୍ଡାର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ପରୀକ୍ଷା କାଳରେ ତା’ ଭିତରେ ଛୁଆ ରହିଥ‌ିବା ଜଣାପଡ଼ିଥିଲା। ପ୍ରସବ ବିଳମ୍ବ ହୋଇଥିବାରୁ ଶୀଘ୍ର ପ୍ରସବ ନିମନ୍ତେ ତାକୁ ଅକ୍ସିଟୋକିନ ଇଞ୍ଜେକ୍ସନ ଦିଆଯାଇଥିଲା। ଏହାର କିଛି ସମୟ ପରେ ସେ ପର୍ଯ୍ୟାୟକ୍ରମେ ୭ ଶାବକଙ୍କୁ ଜନ୍ମ ଦେଇଥିବା ନନ୍ଦନକାନନ ଜନ୍ତୁ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ୭ଶାବକ ସହ ମା’ ଆନାକୋଣ୍ଡା ସୁସ୍ଥଥିବା ଜଣାପଡ଼ିଛି। ଏହି ଶାବକମାନେ ଜନ୍ମ ହେବାପରେ ନନ୍ଦନକାନନ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସେହିପରି ପ୍ରାଣୀଉଦ୍ୟାନରେ ଆଉ ଏକ ମାଈ ଆନାକୋଣ୍ଡା ସାପ ଖୁବ୍‌ଶୀଘ୍ର ମା’ ହେବ ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories