www.samajalive.in
Friday, December 5, 2025
23.1 C
Bhubaneswar

ଆଜି ରାଖି ପୂର୍ଣ୍ଣିମା, ଭାଇ ହାତରେ ବାନ୍ଧିବେ ସମ୍ପର୍କର ଡୋରୀ

ଭୁବନେଶ୍ବର: ରାଖି କେବଳ ଏକ ସୂତା ନୁହେଁ, ଏହା ସୁରକ୍ଷାର କବଚ, ସମ୍ପର୍କର ଡୋରୀ ଆଜି ରାଖି ପୂର୍ଣ୍ଣିମା। ଭାଇ ହାତରେ ସ୍ନେହର ଡୋରୀ ବାନ୍ଧିବ ଭଉଣୀ ଆଉ ମାଗିବ ସାରା ଜୀବନ ପାଇଁ ସୁରକ୍ଷାର ପ୍ରତିଶ୍ରୁତି ଭାଇ ଓ ଭଉଣୀର ଅତୁଟ ବନ୍ଧନର ପ୍ରତୀକ ଏହି ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରମ୍ପରା ଅନୁସାରେ, ଭଉଣୀ ଭାଇ ହାତରେ ରାଖି ବାନ୍ଧି ଦୁହିଁଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ପାଇଁ ସୁରକ୍ଷା ଲୋଡ଼ୋ । ଭାଇ ମଧ୍ୟ ରାଖକୁ ଶପଥ କରି ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥାଏ। ଉଭୟ ଭାଇ ଓ ଭଉଣୀ ପାଇଁ ଏହି ଦିନଟି ବୋଲି କୁହାଯାଏ । ଏଥର ବଜାରରେ ଷ୍ଟୋନ୍‍, କ୍ରିଷ୍ଟାଲ, ଚେନ୍‍, ଟେଡ୍ଡି, କାର୍ଟୁନ୍‍ ଓ ଫ୍ୟାନ୍ସି ରାଖି ଉପଲବ୍ଧ ହେଉଛି । ଷ୍ଟୋନ୍‍ ଓ କ୍ରିଷ୍ଟାଲ ରାଖିର ଚାହିଦା ବେଶୀ ରହିଥିବା ବେଳେ ଏହାର ଦାମ୍‍ ୩୦ରୁ ୪ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । କୁନି ପିଲାଙ୍କ ପାଇଁ ସ୍ୱତନ୍ତ୍ର ଖେଳନା ଓ କାର୍ଟୁନ୍‍ ରାଖି ମଧ୍ୟ ରହିଛି । ଏହାଛଡ଼ା ତୁଳା ଓ କପଡ଼ାରେ ତିଆରି ଜଗନ୍ନାଥ ରାଖ୍, କାର୍ଟୁନ୍, ଶିରିଡ଼ି ସାଇବାବା, ଓଁ ରାଖି ଓ ମୟୂରପୁଚ୍ଛ ରାଖି ବଜାରରେ ଉପଲବ୍ଧ ହୋଇଛି ଏହାସହିତ ସ୍ୱତନ୍ତ୍ର ଭାବେ ଦୋକାନରେ ମିଠା ପ୍ରସ୍ତୁତ ହୋଇଛି । ଶୁକ୍ରବାର ରାଖି କିଣିବାକୁ ଅନ୍ୟଦିନ ଅପେକ୍ଷା ରାଜଧାନୀରେ ଗହଳିଚହଳି ଲାଗି ରହିଥିଲା।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories