www.samajalive.in
Friday, December 5, 2025
23.1 C
Bhubaneswar

୧କୋଟି ୨୬ ଲକ୍ଷ ଲୋକଙ୍କୁ ଦିଆଯିବ ଔଷଧ ଓ ଭିଟାମିନ୍‌

ଭୁବନେଶ୍ବର: ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଏବଂ ଭିଟାମିନ-ଏ ପ୍ରଦାନ ଅଭିଯାନ ଆସନ୍ତା ୧୨ରୁ ଆରମ୍ଭ ହେବ। ସ୍ବାସ୍ଥ୍ୟ ବିଭାଗ ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ବର୍ଷକୁ ଦୁଇଥର ଫେବୃଆରୀ ଏବଂ ଅଗଷ୍ଟ ହେଉଥିବାବେଳେ ଫେବୃଆରୀ ୯୭ ପ୍ରତିଶତ ସଫଳତା ମିଳିଥିଲା। ଚଳିତ ପର୍ଯ୍ୟାୟରେ ୧,୨୬,୪୬,୬୧୬ ଜଣଙ୍କୁ ଏହି ଔଷଧ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରହିଛି। ବୟସ ଅନୁସାରେ ଉଭୟ ଆଲବେଣ୍ଡାଜଲ ସିରପ୍‌ ଏବଂ ଟାବଲେଟ୍‌ ଦିଆଯିବ। ଏଥିରେ ସେଭଳି କୌଣସି ପାର୍ଶ୍ବପ୍ରତିକ୍ରିୟା ନଥିବାବେଳେ ଚୋବେଇ ଖାଇବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦିଆଯାଇଛି।

ଜାତୀୟ କୃମିନାଶକ ଦିବସ ଅବସରରେ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଏବଂ ଯୁବତୀଙ୍କ ରକ୍ତହୀନତା ହ୍ରାସ କରିବା ନେଇ ଚଳିତ ପର୍ଯ୍ୟାୟରେ ରାଜ୍ୟର ୧୮ ଜିଲାର ଏହି ଔଷଧ ପ୍ରଦାନ କରାଯିବ। ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଅାପଡ଼ା, ପୁରୀ ଏବଂ ରାୟଗଡ଼ ଜିଲାରେ ଏହି ଅଭିଯାନ ଚାଲିବ। ଏସବୁ ଜିଲାର ସବୁ ସରକାରୀ, ଘରୋଇ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୃମିନାଶକ ଦିଆଯିବ। ଯେଉଁମାନେ ୧୨ ତାରିଖରେ ଔଷଧ ଖାଇବାରୁ ବଞ୍ଚିତ ହେବେ ସେମାନେ ୧୯ରେ ଶେଷ ପର୍ଯ୍ୟାୟରେ ଔଷଧ ନେଇପାରିବେ। କାର୍ଯ୍ୟକ୍ରମରେ ୧ରୁ ୧୯ ବର୍ଷରେ କୋଟିଏ ୨୬ ଲକ୍ଷ ଶିଶୁ ଏବଂ ୨୦ରୁ ୨୪ ବର୍ଷର ୧୫ ଲକ୍ଷରୁ ଅଧିକ ପ୍ରଜନନ ବୟସର ମହିଳାଙ୍କୁ ଔଷଧ ପ୍ରଦାନ କରାଯିବ। ୧ରୁ ୫ ବର୍ଷ ମଧ୍ୟରେ ୨୩,୩୯,୧୦୨ ଶିଶୁଙ୍କୁ ସିରପ୍‌ ଏବଂ ୬ରୁ ୧୯ ବର୍ଷ ମଧ୍ୟରେ  ୯୯,୦୬,୪୩୩ ଜଣଙ୍କୁ ବଟିକା ପ୍ରଦାନ କରାଯିବ।  ସେହିପରି ସାମୂହିକ ଔଷଧ ପ୍ରଦାନ ହେବାକୁ ଥିବା ୧୨ ଜିଲାରେ ୧ରୁ ୨ ବର୍ଷର ୪,୦୧,୦୮୧ ଶିଶୁଙ୍କୁ କୃମିନାଶକ ଔଷଧ ଦିଆଯିବ। ଏହାଛଡ଼ା ଅଗଷ୍ଟରେ ପ୍ରତି ବୁଧବାର ୯ ମାସରୁ ୬୦ ମାସର ୩୨ ଲକ୍ଷ ଶିଶୁଙ୍କ ଭିଟାମନ୍‌ ଏ ଦିଆଯିବ। ସ୍ବାସ୍ଥ୍ୟବିଭାଗ ଅନ୍ୟ ବିଭାଗ ସହଯୋଗ କରୁଥିବାବେଳେ ଆଶା, ଅଙ୍ଗନବାଡ଼ି କର୍ମୀ ଔଷଧ ବଣ୍ଟନରେ ସହଯୋଗ କରିବେ।

- Advertisement -

ଏହି ସାମ୍ବାଦିକ ସମ୍ମିଳନୀରେ ପରିବାର କଲ୍ୟାଣ ନିର୍ଦେଶିକା ଡା. ରାଜଶ୍ରୀ ପଟ୍ଟନାୟକ, ଯୁଗ୍ମ ନିର୍ଦେଶକ ଡା. ସ୍ମୃତିଜିତ୍‌ ପଟ୍ଟନାୟକ, ୟୁନିସେଫ୍‌ ପୋଷଣ ଅଧିକାରୀ ଡା. ସଞ୍ଜୟ ସାହୁ, ୟୁନିସେଫ ପୋଷଣ ସ୍ପେଶିଆଲିଷ୍ଟ ସୌରଭ ଭଟ୍ଟାଚାର୍ଯ୍ୟ ଏବଂ ଡା. ତାପସ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories