www.samajalive.in
Monday, December 15, 2025
27.1 C
Bhubaneswar

ଉପରାଷ୍ଟ୍ରପତି ନିର୍ବାଚନ; ଦୌଡ଼ରେ ହରିବଂଶ, ମନୋଜ, ସାକ୍ସେନା ଓ ଦେବବ୍ରତ

ମନୋଜ ସିହ୍ନା: ମନୋଜ ସିହ୍ନା ବର୍ତ୍ତମାନ ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ବିଟେକ୍‌ ଡିଗ୍ରୀ ହାସଲ କରିଥିବା ମନୋଜ ୧୯୮୨ରେ ଏହି ବିଶ୍ବବିଦ୍ୟାଳୟର ଛାତ୍ର ସଂଗଠନର ସଭାପତି ନିର୍ବାଚିତ ହୋଇଥିଲେ। ୧୯୯୬ରୁ ୨୦୧୯ ପର୍ଯ୍ୟନ୍ତ ସେ ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ (୨୦୧୪-୨୦୧୯) ଭାବେ କାର୍ଯ୍ୟ କରିସାରିଛନ୍ତି। ୨୦୨୦ ଅଗଷ୍ଟ ୭ରେ ସେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ନିଯୁକ୍ତ ହୋଇଥିଲେ।

ଆଚାର୍ଯ୍ୟ ଦେବବ୍ରତ: ୬୬ ବର୍ଷୀୟ ଦେବବ୍ରତ ବର୍ତ୍ତମାନ ଗୁଜରାଟ ରାଜ୍ୟପାଳ ଭାବେ କାର୍ଯ୍ୟରତ ଅଛନ୍ତି। ଆର୍ଯ୍ୟ ସମାଜ ପ୍ରଚାରକଭାବେ କ୍ୟାରିୟର ଆରମ୍ଭ କରିଥିବା ଦେବବ୍ରତ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ରାଜ୍ୟପାଳ ଦାୟିତ୍ବ ତୁଲାଇ ସାରିଛନ୍ତି। ଜଣେ ଶିକ୍ଷାବିତ ଭାବେ ସେ ହରିୟାଣାର କୁରୁକ୍ଷେତ୍ରସ୍ଥିତ ଗୁରୁକୁଳ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

- Advertisement -

ହରିବଂଶ ନାରାୟଣ ସିଂହ: ଜେଡିୟୁ ସାଂସଦ ହରିବଂଶ ନାରାୟଣ ବର୍ତ୍ତମାନ ରାଜ୍ୟସଭାର ଉପାଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ସ୍ନାତକ ଓ ସାମ୍ବାଦିକତା/ଗଣ ଯୋଗାଯୋଗରେ ଡିଗ୍ରୀ ହାସଲ କରିଥିବା ହରିବଂଶ ଟାଇମ୍ସ ଅଫ୍‌ ଇଣ୍ଡିଆରୁ ନିଜର ସାମ୍ବାଦିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୯ରେ ସେ ଝାଡ଼ଖଣ୍ଡରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ପ୍ରଭାତ ଖବର’ର ସମ୍ପାଦକ ଦାୟିତ୍ବ ତୁଲାଇଥିଲେ। ବିହାରରେ ଘଟିଥିବା ଗୋଖାଦ୍ୟ ଦୁର୍ନୀତିକୁ ଲୋକଲୋଚନକୁ ଆଣିବାରେ ଏହି ସମ୍ବାଦପତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା। ହରିବଂଶ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ମିଡିଆ ପରାମର୍ଶଦାତାଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ୨୦୧୪ରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ଭିକେ ସାକ୍ସେନା: ବିନୟ କୁମାର ସାକ୍ସେନା ସଂପ୍ରତି ଦିଲ୍ଲୀ ଉପରାଜ୍ୟପାଳ ଦାୟିତ୍ବ ବହନ କରୁଛନ୍ତି। ୬୭ ବର୍ଷୀୟ ସାକ୍ସେନା କାନପୁର ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବାବେଳେ ସେ ଜଣେ ଲାଇସେନ୍ସପ୍ରାପ୍ତ ପାଇଲଟ। ୨୦୨୨ ମେ’ରେ ତାଙ୍କୁ ଦିଲ୍ଲୀ ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories