www.samajalive.in
Monday, December 15, 2025
17.1 C
Bhubaneswar

ଗୃହରକ୍ଷୀ ପରୀକ୍ଷା ଦେବାକୁ ଯାଇ ଶବ ହୋଇ ଫେରିଲେ

ଖୋର୍ଦ୍ଧା:ଖୋର୍ଦ୍ଧା ନିକଟସ୍ଥ ପୁଲିସ ରିଜର୍ଭ ପଡ଼ିଆରେ ଗୃହରକ୍ଷୀ(ହୋମ୍ ଗାର୍ଡ) ନିଯୁକ୍ତି ନିମନ୍ତେ ଶାରୀରିକ ପରୀକ୍ଷା ବେଳେ ଦୁଃଖଦ ଘଟଣା ଘଟିଛି। ଜଣେ ପରୀକ୍ଷାର୍ଥୀ ଦୌଡୁଥିବା ବେଳେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଖୋର୍ଦ୍ଧା ସଦର ମହକୁମାସ୍ଥିତ ଜିଲା ଗୋପବନ୍ଧୁ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ କେରଙ୍ଗ ଗ୍ରାମର ଅମାଦୁଲା ହକ ଖାଁ।
ଚାକିରି କରିବା ଆଶାରେ ପରୀକ୍ଷା ଦେବାକୁ ଆସି ଯୁବକ ଜଣଙ୍କ ଶବ ହୋଇ ଫେରିଲେ। ପୁଲିସ ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅମାଦୁଲା ପରିବାରର ଏକ ମାତ୍ର ରୋଜଗାରିଆ ପୁଅ। ତାଙ୍କର ପତ୍ନୀ ସମେତ ୯ବର୍ଷର ଏକ ଶିଶୁ ପୁତ୍ର ଏବଂ ୩ବର୍ଷର ଏକ ଶିଶୁ କନ୍ୟା ଅଛନ୍ତି। ତାଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ କେରଙ୍ଗ ପଞ୍ଚାୟତ ସରପଞ୍ଚ, ବନ୍ଧୁ ଏବଂ ଗ୍ରାମବାସୀ ଏସ୍‌ପିଙ୍କୁ ଭେଟି ନିବେଦନ କରିଥିଲେ। ମୃତ ଯୁବକଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା। ଶାରୀରିକ ପରୀକ୍ଷା ବେଳେ ଡାକ୍ତର ଟିମ୍ ସହିତ ଆମ୍ବୁଲାନ୍ସ ଥିଲା ବୋଲି ଏସ୍‌ପି କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories