ହିନ୍ଦୁ ନବ ବର୍ଷ ଅବସରରେ ଶ୍ରୀବିଷ୍ଣୁ ମହାଯଜ୍ଞ
ସମ୍ବଲପୁର: ସମ୍ବଲପୁରର ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ତରଫରୁ ସ୍ଥାନୀୟ ଚନ୍ଦନ ନଗର ସ୍ଥିତ ବ୍ରହ୍ମ ମଣ୍ଡପ ଠାରେ ଅନୁଷ୍ଠାନର ସଭାପତି ପଣ୍ଡିତ ଲକ୍ଷ୍ମଣ ବେହେରାଙ୍କ ପୌରହିତ୍ୟରେ ହିନ୍ଦୁ ନବ ବର୍ଷ ଅବସରରେ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶନିବାର ବିଭିନ୍ନ ଦେବାଦେବୀଙ୍କ ଆବାହନ ଓ ପୂଜା ସହିତ ଘୃତହୁତି ପ୍ରଦାନ କରି ସମଗ୍ର ବିଶ୍ୱରେ ଶାନ୍ତି ଓ କଲ୍ୟାଣ ନିମନ୍ତେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।
ହିନ୍ଦୁ ନବ ବର୍ଷ ପାଳନ ନିମନ୍ତେ ଏହି ଧାର୍ମିକ କାର୍ଯ୍ୟରେ ସଭାପତି ବେହେରାଙ୍କୁ ପଣ୍ଡିତ ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ସରିତ ପାଢ଼ୀ, ମନବୋଧ ପାଢ଼ୀ, ଯଜେ୍ଞଶ୍ୱର ବାବୁ, ନିରଞ୍ଜନ ପୂଜାହାରୀ ଓ ପୁର୍ଣ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ସହାୟତା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ବରିଷ୍ଠ ସଦସ୍ୟ ପଣ୍ଡିତ ଅମରନାଥ ମିଶ୍ର ହିନ୍ଦୁ ଧର୍ମର ମହତ୍ୱ ଓ ମହାନତା ସହିତ ନବ ବର୍ଷର ବିଶେଷତ୍ୱ ଉପରେ ଆଲୋକପାତ କରି ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.