www.samajalive.in
Monday, December 15, 2025
24.1 C
Bhubaneswar

ଅବହେଳିତ ଲୋକଙ୍କୁ ଆଇନ ସହାୟତା ପ୍ରଦାନ ପାଇଁ ବିଚାରପତିଙ୍କ ଆହ୍ୱାନ

ବିନିକା: ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରୀବ, ଅବହେଳିତ, ନିଷ୍ପେସିତ ଏବଂ ଅସହାୟ ଲୋକଙ୍କୁ ବିନା ମୂଲ୍ୟରେ ଉପଲବ୍ଧ ହେଉଥିବା ଆଇନ ସହାୟତା ଯୋଗାଇ ଦେବା ପାଇଁ ଏବେ ଅଞ୍ଚଳର ଗାଁରୁ ଗାଁକୁ ଯାଇ ବିନିକା ତାଳୁକ ଆଇନ ସେବା ସହାୟତା କମିଟି ପକ୍ଷରୁ ସଚେତନ କରାଯାଉଛି। ଏହି ପରିପ୍ରେକ୍ଷୀରେ ତାଲୁକ ଆଇନ ସେବା ଅଧ୍ୟକ୍ଷ ତଥା ବିନିକା କୋର୍ଟର ବିଚାରପତି ଜଗଦୀଶ ଚନ୍ଦ୍ର ଜେନା ଅଞ୍ଚଳର ଗାଁରୁ ଗାଁକୁ ଯାଇ ଏ ସମ୍ପର୍କରେ ବିଚାର ବିଭାଗ ପକ୍ଷରୁ ଏସବୁ ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ବା ଉପଲବ୍ଧ ହେଉଥିବା ସମସ୍ତ ପ୍ରକାର ଆଇନ ସେବା ସହାୟତା ଯୋଗାଇ ଦେବା ନେଇ ଲୋକଙ୍କୁ ବୁଝାଇବା ସହ ଏନେଇ ସଚେତନ କରିଥିଲେ।

ଏଥିପାଇଁ ବିନିକା ତାଲୁକ ଆଇନ ସେବା ସହାୟତା କମିଟି ପକ୍ଷରୁ ଗତକାଲି ଅଞ୍ଚଳର ୨୦ଟି ଗ୍ରାମକୁ ଗସ୍ତକରି ସେଠାରେ ଲୋକଙ୍କୁ ଆଇନ ସେବା ସମ୍ପର୍କରେ ବୁଝାଇଥିବା ବେଳେ ଆଜି ମଧ୍ୟ ଅଞ୍ଚଳର ୩୦ ଗୋଟି ଗାଁକୁ ଯାଇ ସେଠାରେ ଅସହାୟ ଓ ଦୁର୍ବଳ ଆର୍ଥିକ ଅବସ୍ଥାରେ ଜୀବନଯାପନ କରିଥିବା ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଆଇନ ସେବା ସହାୟତା ପ୍ରଦାନ ସମ୍ପର୍କରେ ସଚେତନ କରାଇଥିଲେ। ଏଥିରେ ବିନିକା କୋର୍ଟର କିରାଣୀ ଉମାଶଙ୍କର ସାହୁଙ୍କ ସମେତ ସବ୍ୟସାଚୀ ମିଶ୍ର ଓ କର୍ମଚାରୀ ଅଭିଷେକ ବାଗ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିବା ବେଳେ ବିନିକା ଓକିଲ ସଂଘ ପକ୍ଷରୁ ଆଇନଜୀବୀମାନେ ଏହି ସଚେତନ କାର୍ଯ୍ୟକ୍ରମରେ ସାମିଲ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories