www.samajalive.in
Monday, December 15, 2025
27.1 C
Bhubaneswar

ସରୁଗୁଡାରେ ଜୈବସାର ଉତ୍ପାଦନ ଶିଳ୍ପର ଶୁଭାରମ୍ଭ

ନବରଙ୍ଗପୁର: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଆଜି ନନ୍ଦ।ହାଣ୍ଡି ବ୍ଲକର ସରୁଗୁଡା ଠାରେ ଦକ୍ଷିଣ ଓଡିଶାର ପ୍ରଥମ ଅତ୍ୟାଧୁନିକ ଜୈବସାର ଉତ୍ପାଦନ ଶିଳ୍ପର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ ଆସନ୍ତା ଦିନରେ ରସାୟନ ସାର ବ୍ୟବହାର କମ୍ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଜୈବ ସାର ବ୍ୟବହାର କରି ଜୈବିକ ପଦ୍ଧତିରେ ଚାଷ କରିବା ଦିଗରେ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି କହିଥିଲେ। ଏଥି ସହିତ ଜୈବସାର ବ୍ୟବହାର ଦ୍ଵାରା ନବରଙ୍ଗପୁର ଜିଲ୍ଲା ଆସନ୍ତା ଦିନରେ ଜୈବ କୃଷି କ୍ଷେତ୍ରରେ ମୁଖଶାଳା ହୋଇ ପାରିବ ବୋଲି ବିଧାୟକ ଶ୍ରୀ ପ୍ରଧ।ନୀ ମତବ୍ୟକ୍ତ କରିଛନ୍ତି।

ଜିଲ୍ଲାପାଳ ଡ. ଅଜିତ୍ କୁମାର ମିଶ୍ର ଯୋଗ ଦେଇ କହିଥିଲେ, କୃଷି ପ୍ରଧାନ ଜିଲ୍ଲା ନବରଙ୍ଗପୁରରେ ଛୋଟ ଓ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ଦିଗରେ ଅନେକ ସଂଭାବନା ରହିଛି ଏବଂ ଏହାର ସୁବିନିଯୋଗ କଲେ ଜୈବସାର ଉତ୍ପାଦନ ଶିଳ୍ପର ଶୁଭାରମ୍ଭ ଦ୍ବାରା ଅନେକ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟକୁ ରୋଜଗାର ଦେଇ ପାରିବେ ବୋଲି ସେ କହିଛନ୍ତି। ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌର ମୁଖ୍ୟ ବୈଜ୍ଞାନିକ ଡ. ଶ୍ରୀକୃଷ୍ଣ ତିୱାରୀ ଯୋଗ ଦେଇ କହିଥିଲେ, ଆସନ୍ତା ତିନି ବର୍ଷ ପାଇଁ ଉମା ଶଙ୍କର ସବୁଜ ଦୁନିଆ ଉଦ୍ୟୋଗକୁ ନୂତନ ଜ୍ଞାନ କୌଶଳର ସହାୟତା ପ୍ରଦାନ କରାଯିବ ,ଏଥି ସହିତ ବିଭିନ୍ନ ଗ୍ରାମରେ ଜୈବ ସାର ବ୍ୟବହାର ନିମନ୍ତେ ପଦକ୍ଷେପ ନେବାକୁ ଲକ୍ଷ୍ୟ ରଖାଯାଇଛି।

- Advertisement -

ଏହାଦ୍ବାରା ଜିଲ୍ଲାରେ ଜୈବ ସାର ବ୍ୟବହାର ବୃଦ୍ଧି ପାଇବା ସହ ଜୈବିକ ପଦ୍ଧତିରେ ପନିପରିବା, ଫଳ ଚାଷ ଉପରେ ନୂତନ ସମ୍ଭାବନା ଆଣିପାରିବ ବୋଲି ମୁଖ୍ୟ ବୈଜ୍ଞାନିକ ଡ. ଶ୍ରୀକୃଷ୍ଣ ତିୱାରି କହିଛନ୍ତି କ୍ଷ ଏହି କାର୍ୟ୍ୟକ୍ରମରେ ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଡ. ପ୍ରଦୋଷ କୁମାର ପଣ୍ଡା, ଆତ୍ମାର ଉପ ପ୍ରକଳ୍ପ ନିର୍ଦ୍ଦେଶକ କମଲ ଲୋଚନ ନାୟକ, ଜିଲ୍ଲା ଶିଳ୍ପ ଅଧିକାରୀ ଏ.ବି. ସୁବୁଦ୍ଧି, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶୋଭାରାଣୀ ଚୌଧୁରୀ, ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ. ପୁନିତ୍ ସିଂ ଚୌହାନ, ଓରମା ସ୍ ଉପ କାର୍ୟ୍ୟନିର୍ବାହୀ ଏ. ଉମା ମହେଶ, ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ଉପସ୍ଥିତ ଥିଲେ। ଏହି ସଭାକାର୍ଯ୍ୟକୁ ଉମା ଶଙ୍କର ସବୁଜ ଦୁନିଆର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ କୃଷଚନ୍ଦ୍ର ନାୟକ ପରିଚାଳନା କରିଥିଲେ।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories