ଆଧାରକୁ ପ୍ରଶଂସା କଲେ ବିଲ୍‌ ଗେଟସ୍‌

0

ନୂଆଦିଲ୍ଲୀ: ଭାରତରେ ଲାଗୁ କରାଯାଇଥିବା ଆଧାର ବ୍ୟବସ୍ଥାକୁ  ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟସ୍‌ ପ୍ରଶଂସା କରିଛନ୍ତି । ଆଧାର ଯୋଗୁଁ ବ୍ୟକ୍ତିଗତ ଗୋପନୀୟତା ପ୍ରତି କୌଣସି ଭୟ ନ ଥିବା କଥା ସେ ପ୍ରକାଶ କରିଛନ୍ତି । ତାଙ୍କ ଦ୍ୱାରା ପରିଚାଳିଚ ବିଲ୍‌ ଓ ମିଲିଣ୍ଡା ଫାଉଣ୍ଡେସନ୍‌ ଅନେକ ଦେଶରେ ଆଧାର ପରି ବ୍ୟବସ୍ଥା ଲାଗୁ କରିବା ପାଇଁ ବିଶ୍ୱ ବ୍ୟାଙ୍କକୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।

ଅନ୍ୟ ଦେଶମାନଙ୍କରେ ଆଧାର ପରି ବ୍ୟବସ୍ଥା ଲାଗୁ କରିବା ପାଇଁ ବିଲ୍‌ ଗେଟସ୍‌  ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ସାଧାରଣ ଲୋକ ଅନେକ ପ୍ରକାରର ଲାଭ ପାଇ ପାରିବେ ବୋଲି ସେ କହିଛନ୍ତି । ଏହା ଦ୍ୱାରା ଦେଶର ଆର୍ଥିକ ବ୍ୟବସ୍ଥାରେ ସୁଧାର ସହ ଲୋକମାନଙ୍କୁ ଅଧିକ କ୍ଷମତା ମିଳିବ  ବୋଲି ଗେଟସ୍‌ ପ୍ରକାଶ କରିଛନ୍ତି ।

ଆଧାରର ତଥ୍ୟକୁ ଯାଞ୍ଚ କରିବା ସମୟରେ ସମସ୍ତ ବିଷୟକୁ ଧ୍ୟାନରେ ରଖିବା ଉଚିତ୍‌ । ବିଶେଷତଃ ଆର୍ଥିକ କାରବାର ସମୟରେ ସମସ୍ତ ବିଷୟସହ ସୁରକ୍ଷା ପ୍ରତି ଧ୍ୟାନ ରଖିବା ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି ।

ଧନୀ ଓ ବିକଶିତ ରାଜ୍ୟମାନଙ୍କରେ ଏପରି ବ୍ୟବସ୍ଥା ହୋଇ ନାହିଁ ବୋଲି ବିଲ୍‌ ଗେଟସ୍‌ କହିଛନ୍ତି ।

Leave A Reply