www.samajalive.in
Sunday, December 7, 2025
26.1 C
Bhubaneswar

ବିଲ୍ ଗେଟ୍ସଙ୍କ ପାଖରେ ଅଛି ଏମିତି କାର୍ଡ, ସାରା ଜୀବନ ପାଇବେ ମାଗଣା ଖାଦ୍ୟ

ନୂଆଦିଲ୍ଲୀ : ଯଦି ଆପଣ ବିଶ୍ବର କୌଣସି ବି ମ୍ୟାକଡୋନଲ୍ଡସକୁ ଯିବେ ଏବଂ ଆପଣଙ୍କୁ ମାଗଣାରେ ଖାଇବା ମିଳିବ ତେବେ କେମିତି ହେବ ? ହୁଏତ ଆପଣଙ୍କୁ ଏମିତି ସୁଯୋଗ ମିଳିନପାରେ । କିନ୍ତୁ ବିଲ୍ ଗେଟ୍ସଙ୍କ ପାଇଁ ରହିଛି ଏମିତି ସୁଯୋଗ । ନିବେଶକ ଓ୍ବାରେନ୍ ବଫେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି କି ବିଲ୍ ଗେଡ୍ସ ଫାଷ୍ଟ ଫୁଡ୍ ବହୁତ ପସନ୍ଦ କରନ୍ତି ।  ଓ୍ବାରେନ୍ ବଫେ କହିଛନ୍ତି କି ବିଲ୍ ଗେଟ୍ସଙ୍କ ପାଖରେ ଏକ ଗୋଲ୍ଡ କାର୍ଡ ରହିଛି ଯାହାକୁ ବ୍ୟବହାର କରି ସେ ସାରା ଜୀବନ ମ୍ୟାକଡୋନଲ୍ଡସରେ ମାଗଣାରେ ଖାଇପାରିବେ ।

ଓ୍ବାରେନ୍ ବଫେ କହିଛନ୍ତି କି ତାଙ୍କ ପାଖରେ ମଧ୍ୟ ମ୍ୟାକଡୋନାଲ୍ଡସର ଏକ ଖାସ୍ କାର୍ଡ ରହିଛି । ଏହି କାର୍ଡ ଦେଖାଇ ସେ ଓମାହା ସହରରେ କୌଣସି ବି ମ୍ୟାକଡୋନଲ୍ଡସରେ ସାରା ଜୀବନ ମାଗଣା ଖାଇବାର ମଜା ଉଠାଇପାରିବେ । ବିଲ୍ ଗେଟ୍ସଙ୍କ ପାଖରେ ମଧ୍ୟ ଏମିତି ଏକ କାର୍ଡ ଥିବା ସେ ସୂଚନା ଦେଇଛନ୍ତି ।  କିନ୍ତୁ ବିଲ୍ ଗେଟ୍ସଙ୍କ ପାଖରେ ଥିବା କାର୍ଡର ଖାସ୍ ସୁବିଧା ହେଉଛି ଏହା ସାରା ବିଶ୍ବର ସମସ୍ତ ମ୍ୟାକଡୋନଲ୍ଡସରେ କାମରେ ଆସିଥାଏ । କହିରଖୁଛୁ ବିଲ୍ ଗେଟ୍ସ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ଏବଂ ବିଶ୍ବର ଧନୀ ଲୋକଙ୍କ ତାଲିକାରେ ତାଙ୍କ ନାଁ ସାମିଲ । ସେ ଯେଉଁଠିକି ବି ଯିବେ ସେଠାରେ ଥିବା ମ୍ୟାକଡୋନଲ୍ଡ୍ସରେ ମନପସନ୍ଦର ଖାଦ୍ୟର ମଜା ନେଇପାରିବେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories