ବିଲ୍‌ ଗେଟସ୍‌ ଓ ଆଂଜିଲୋନା ଜୋଲି ବିଶ୍ୱର ସବୁଠାରୁ ଲୋକ ପ୍ରିୟ ପୁରୁଷ  ମହିଳା

0

ଲଣ୍ଡନ:   ବିଲ୍‌ ଗେଟସ୍‌ ବିଶ୍ୱର ସବୁଠାରୁ ଲୋକ ପ୍ରିୟ ପୁରୁଷ ଓ ଆଂଜିଲୋନା ଜୋଲିଙ୍କ ସବୁଠାରୁ ଲୋକ ପ୍ରିୟ ମହିଳା ଭାବେ ଚୟନ କରାଯାଇଛି । ଇଂଲଣ୍ଡର ଏକ ଗବେଷଣା ସଂସ୍ଥା ୟୁ ଗୁଭର  ଏହି ତଥ୍ୟ ପ୍ରକାଶ କରିଛି । ୟୁ ଗୁଭ ପକ୍ଷରୁ ୩୫ଟି ଦେଶରେ ଏହି  ଗବେଷଣା କରାଯାଇଥିଲା ।

ଓବାମା ଦମ୍ପତି ବାରାକ ଓବାମା  ଓ ମିଚେଲ୍‌ ଓବାମା ଏହି ତାଲିକାରେ ଦ୍ୱିତୀୟସ୍ଥାନରେ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଅଷ୍ଟମ ଲୋକପ୍ରିୟ ପୁରୁଷ ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ଐଶ୍ଚର୍ଯ୍ୟା ରାୟ ବିଶ୍ୱର ୧୧ ତମ  ଲୋକପ୍ରିୟ ମହିଳା ଭାବେ ଏହିତାଲିକାରେ ସ୍ଥାନ ପାଇଛନ୍ତି  । ବିଶ୍ୱର ଲୋକପ୍ରିୟ ପୁରୁଷ ଭାବେ ତୃତୀୟସ୍ଥାନରେ  ସିନେ ଅଭିନେତା ଜାକି ଚାନ୍‌ ରହିଛନ୍ତି ।  ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ ଚତୁର୍ଥ ଓ  ଜାକ ମା ପଞ୍ଚମା ସ୍ଥାନରେ ରହିଛନ୍ତି ।  ଦଲାଇ ଲାମ ଏହାର ସପ୍ତମ ସ୍ଥାନରେ ରହିଛନ୍ତି ।

courtesy -you gov

Leave A Reply