ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ନମ୍ବର ଜାତୀୟ ରାଜପଥ କରଡାକୋଠା ନିକଟରେ ଏକ ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାନୁସାରେ ପାଇକମାଳ ଅଂଚଳର ଅଶୋକ ସାହୁ ବାଇକ ଯୋଗେ ପାଇକମାଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ କରଡାକୋଠା ନିକଟରେ ଭାରମ୍ୟ ହରାଇ ରାସ୍ତାତଳକୁ ଖସିପଡିଥିଲେ । ଖବର ପାଇ ହରଭଙ୍ଗା ଦମକଳ ଦଳ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ସ୍ୱାସ୍ଥ୍ୟ  କେନ୍ଦ୍ରରେ ଭର୍ତ୍ତି  କରିଥିଲେ। ପୁରୁଣା କଟକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Comments are closed.