ବିହାରରେ ବଜ୍ରପାତ: ୧୧ ମୃତ

0

ପାଟନା : ବିହାରର ବିଭିନ୍ନ ପ୍ରାନ୍ତରେ ଶୁକ୍ରବାର ବଜ୍ରପାତ ଘଟି ୧୧ଜଣଙ୍କର ମୃତ୍ୟୁ ହେବା ସହ ୧୩ଜଣ ଆହତ ହୋଇଛନ୍ତି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଅଧିକାରୀଙ୍କ କହିବା ଅନୁଯାୟୀ ସହର୍ସା ଜିଲାରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦରଭଙ୍ଗାରେ ୪ଜଣ ଓ ମାଧେପୁରାରେ ଜଣଙ୍କର ମୃତ୍ୟୁ ହୋଇଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାିଛି। ମୃତ ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

Leave A Reply