ବିହାର: ବଜ୍ରପାତରେ ୮ ଶିଶୁ ମୃତ, ୯ ଗୁରୁତର

ପାଟନା : ବନ୍ୟା ଦାଉରେ ଯୁଝି ହେଉଥିବା ବିହାରରେ ଆଉ ଏକ ବିପର୍ଯ୍ୟୟ ୮ କୋମଳମତୀ ଶିଶୁଙ୍କ ଜୀବନ ନେଇଯାଇଛି। ବିହାର ନୱାଦା ଜିଲାରେ ଶୁକ୍ରବାର ଅପରାହ୍ଣରେ ବଜ୍ରପାତ ଘଟି ୮ ଶିଶୁଙ୍କ ମୃତ୍ୟୁ ଘଟିଛି ଓ ୯ ଗୁରୁତର ଅଛନ୍ତି। ସମସ୍ତ ଗୁରୁତର ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

prayash

ଘଟଣା ନୱାଦା କାଶୀଚକ ଅଞ୍ଚଳର ଧାନପୁର ଗ୍ରାମର। ଶୁକ୍ରବାର ଅପରାହ୍ଣରେ ଧାନପୁର ଗ୍ରାମର ପାଖାପାଖି ୨୫ ବାଳକ ଏକ ଗଛ ତଳେ ଖେଳୁଥିବାବେଳେ ବଜ୍ରପାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ୮ ଶିଶୁଙ୍କ ମୃତ୍ୟୁ ଘଟିଥିଲା ଓ ୯ ଜଣ ଜଳି ଯାଇଛନ୍ତି। ପ୍ରଶାସନ ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବିହାର ମୁଖ୍ୟନ୍ତ୍ରୀ ନୀତୀଶ କୁମାର ଏହି ଘଟଣାରେ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

kalyan agarbati

Comments are closed.