www.samajalive.in
Monday, December 15, 2025
24.1 C
Bhubaneswar

ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ଭୁବନେଶ୍ଵର ଓ କଟକ ଡିସିପି

ସମାଜ ଡିଜିଟାଲ ଡେସ୍କ: ଆଇପିଏସ ସ୍ତରରେ ଶୁକ୍ରବାର ବଡ଼ ଧରଣର ଅଦଳବଦଳ କରାଯାଇଛି। ଏହି ଅଦଳବଦଳରେ କମିଶନରେଟ ପୁଲିସର ଭୁବନେଶ୍ଵର ଏବଂ କଟକ ଡିସିପିଙ୍କୁ ବଦଳି କରାଯାଇଛି। ଭୁବନେଶ୍ଵର ଡିସିପି ଥିବା ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ କଟକ ଡିସିପି ଜଗମୋହନ ମୀନାଙ୍କୁ ଭୁବନେଶ୍ଵର ଡିସିପି ଭାବେ ବଦଳି କରାଯାଇଛି। ଏସ.ଏମ. ନରଓ୍ବାଣେଙ୍କୁ  ଓଏଚଆରସିର ସ୍ଵତନ୍ତ୍ର ଡିଜି, ଅବକାରୀ କମିଶନର ନରସିଂହ ଭୋଳଙ୍କୁ ଅତିରିକ୍ତ ପୁଲିସ କମିଶନର ଭାବେ ନିଯୁକ୍ତ କରାଯାଇଛି। ସେହିପରି ଆଇପିଏସ ଅଧିକାରୀ ଜୟନାରାୟଣ ପଙ୍କଜଙ୍କୁ ଆଇଜିପି ଇଣ୍ଟେଲିଜେନ୍ସ, ଦୀପକ କୁମାରଙ୍କୁ ଆଇଜିପି ଅପରେସନ, ସାର୍ଥକ ଷଡ଼ଙ୍ଗୀଙ୍କୁ ସିଆଇଡି-ସିବି ଆଇଜିପି, ନିତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି, ଉମାଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ ଡିଆଇଜି ଭାବେ ବଦଳି କରାଯାଇଛି। ଏହାବ୍ୟତୀତ ଅଖିଳେଶ୍ଵର ସିଂହଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି, ଚରଣ ସିଂହ ମୀନାଙ୍କୁ ଡିଆଇଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି।

Hot this week

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ସମାଜ ଡିଜିଟାଲ ଡେସ୍କ: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

Related Articles

Popular Categories