www.samajalive.in
Monday, December 8, 2025
17.1 C
Bhubaneswar

ନୂଆ ପ୍ରଜାତିର ପରଜୀବି ଆଇସୋପୋଡ୍ ଚିହ୍ନଟ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଏକ ନୂତନ ପ୍ରଜାତିର ପରଜୀବି ଆଇସୋପୋଡ୍ ଚିହ୍ନଟ ହୋଇଛି। ଏହାର ନାମକରଣ ‘ଲୋବୋଥୋରାକ୍ସ ଭାରତ’ ନାମରେ କରାଯାଇଛି। ଅନୁସନ୍ଧାନ ଜାତୀୟ ଗବେଷଣା ପ୍ରତିଷ୍ଠାନ ଆର୍ଥିକ ଅନୁଦାନରେ ବିଭାଗ ପକ୍ଷରୁ ଗବେଷଣା ଆରମ୍ଭ ହୋଇଥିଲା। ୨୦୨୩ ମାର୍ଚ୍ଚ ଏବଂ ମେ ମାସରେ ବାଲେଶ୍ୱରସ୍ଥିତ ବାହାବଲପୁର ଏବଂ ଗୋପାଳପୁର ମତ୍ସ୍ୟ ଅବତରଣ କେନ୍ଦ୍ର ନିକଟରୁ ଏହି ପ୍ରଜାତିର ପରଜୀବି ଆଇସୋପୋଡ୍ ସଂଗ୍ରହ କରାଯାଇଥିଲା। ପରେ ଏହାକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ଗବେଷଣାଗାରରେ ବିଶ୍ଵବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଏବଂ ଗୋପାଳପୁରସ୍ଥିତ ଜେଡ଼ଏସଆଇର ମିଳିତ ତତ୍ତ୍ଵାବଧାନରେ ବିଭାଗର ଡ଼ ଜୟ କିଶୋର ସେଠ୍, ଗବେଷକ ସନ୍ଦୀପ କୁମାର ମହାପାତ୍ର, ସନ୍ମିତ୍ର ରୟ, ପୁନା ଜେଡ଼ଏସଆଇର ବୈଜ୍ଞାନିକ ଡ଼. ବାସୁଦେବ ତ୍ରିପାଠୀ, ଗୋପାଳପୁର ଜେଡ଼ଏସଆଇର ବୈଜ୍ଞାନିକ ଡ଼. ଅନିଲ ମହାପାତ୍ର ପରୀକ୍ଷା ନିରୀକ୍ଷା କରିଥିଲେ। ଏଥିରୁ ୬ ପ୍ରକାରର ନମୁନା ସଂଗ୍ରହ କରାଯାଇଥିଲା। ବିଶ୍ୱରେ ଏହାର ୩୮୦ଟି ପ୍ରଜାତି ରହିଥିବାବେଳେ ଭାରତରେ ୭୦ ପ୍ରକାର ଏବଂ ଓଡିଶାରେ ପ୍ରାୟ ୨୫ ପ୍ରକାର ଆଇସୋପୋଡ୍ ଦେଖାଯାଇଥାଆନ୍ତି। ଏହା ଏକ ଭିନ୍ନ ଓ ନୂତନ ପ୍ରଜାତିର ବୋଲି ଜଣାପଡିଛି। ଏମାନେ ସମୁଦ୍ରର ମଧ୍ୟମ ସ୍ତରରେ ଏବଂ ଲୁଣି ଅଂଶ ଜଳରେ ରହିଥାନ୍ତି। ସମୁଦ୍ରରେ ଥିବା ଶାବଳା ମାଛର ପାଟି ଭାଗରେ ରହି ମାଛ ଖାଉଥିଵା ଖାଦ୍ୟ ଏବଂ ମାଛର ରକ୍ତ ଏବଂ ଟିସୁ ଓ ମାଂସକୁ ଖାଦ୍ୟ ଭାବେ ବ୍ୟବହାର କରନ୍ତି। ଏମାନଙ୍କ ମୁଣ୍ଡ ଅର୍ଦ୍ଧ ଗୋଲାକାର, ୨ଟି ଆଖି, ୭ ହଳ ଗୋଡ଼ ଓ ବାଘ ନଖ ଭଳି ନଖ ରହିଥିବାରୁ ସେମାନେ ଜାବୁଡି ଧରି ରହି ପାରନ୍ତି। ପହଁରିଵା ପାଇଁ ୫ ହଳ ଗୋଡ଼ ବ୍ୟବହାର କରନ୍ତି। ପୁରୁଷ ପ୍ରଜାତିର ଲମ୍ବ ପ୍ରାୟ ୧.୫ ସେଣ୍ଟିମିଟର ଏବଂ ମହିଳା ପ୍ରଜାତିର ଲମ୍ବ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ରହିଥାଏ। ଏହି ଜୀବଗୁଡ଼ିକ ଅମେରୁଦଣ୍ଡି। ଏମାନେ ସ୍ତର ସ୍ତର ଖୋଳପାରେ ରହିଥିବାରୁ ମାଛ ମାନେ ଖାଇ ପାରନ୍ତି ନାହିଁ। ଏମାନଙ୍କୁ ମଣିଷ ଖାଆନ୍ତି ନାହିଁ। ବିଷାକ୍ତ ମଧ୍ୟ ନୁହନ୍ତି। ଏମାନଙ୍କ ପଛ ଭାଗ ଅର୍ଦ୍ଧ ଗୋଲାଗାର। ଏମାନଙ୍କ ରଙ୍ଗ କ୍ରିମି ଧଳା ରଙ୍ଗ ଭଳି। ଡ଼ିଏନଏ ପରୀକ୍ଷାରେ ପୂର୍ବରୁ ମିଳିଥିବା ଏହି ପ୍ରଜାତିର ପରଜୀବିଠାରୁ ଶତକଡା ୩ ଭାଗ ଭିନ୍ନତା ରହିଛି। ଏହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପରେ ଶୁକ୍ରବାର ଜୋନାଲ ଜୁଟାକ୍ସାରେ ପ୍ରକାଶିତ ହୋଇଥିବା ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ଡ଼. ଜୟ କିଶୋର ସେଠ୍ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories