www.samajalive.in
Monday, December 15, 2025
24.1 C
Bhubaneswar

ଗାଡ଼ି ଚାଳକ ପ୍ରେମ ଜାଲରେ ୩ ମହିଳା

ଉତ୍ତରଭୁବନେଶ୍ୱର: ଚାକିରି କରିବାକୁ ବାଲୁଗାଁରୁ ଭୁବନେଶ୍ବର ଆସିଥିଲା ଆଲୋକ ଜେନା। ଏଠାରେ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରିବା ସହ ପ୍ରେମ ଜାଲରେ ଯୁବତୀଙ୍କୁ ଫସାଇ ଗାଡ଼ି, ସୁନା ଗହଣା ପ୍ରଭୃତି ଲୁଟୁଥିଲା। ଏହି ଘଟଣାରେ ଆଲୋକକୁ ପୁଲିସ ବାନ୍ଧି ଥିବାବେଳେ ୨ ପତ୍ନୀ ତାଙ୍କୁ ଥାନାରେ ଉତ୍ତମ ମଧ୍ୟମ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁଯାୟୀ, ଆଲୋକ ଜଣେ କି ଦୁଇଜଣ ନୁହେଁ ଏକାଧିକ ଝିଅଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିବାହ କରିବା ସହିତ ସେମାନଙ୍କଠାରୁ ଟଙ୍କା, ସୁନା ଗହଣା ଓ ଗାଡ଼ି ଲୁଟି ନେଇ ଫେରାର ହୋଇଯାଉଥିଲା। ୨୦୦୬ରେ ରସୁଲଗଡ଼ ଅଞ୍ଚଳର ରିନା ଜେନାଙ୍କୁ ସେ ବିବାହ କରିଥିବାବେଳେ ସୁନା ଗହଣା ଓ ନଗଦ ଟଙ୍କା ଯୌତୁକ ବାବଦରେ ନେଇଥିଲା। କିଛି ବର୍ଷ ସେଠାରେ ରହି ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ରେ ସାଲିଆସାହି ଅଞ୍ଚଳରେ ଅନିତା ସେଠୀ ନାମ୍ନୀ ଯୁବତୀଙ୍କୁ ସମାନ ଢଙ୍ଗରେ ବିବାହ କରିଥିଲା। ଅନିତା ବିବାହ ସମୟରେ ତାକୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଗାଡ଼ି ଦେଇଥିଲେ। ତେବେ ପ୍ରଥମ ପତ୍ନୀ ରିନା ଏମାନଙ୍କ ବିବାହ ଖବର ପାଇ ଦ୍ୱିତୀୟ ପତ୍ନୀଙ୍କ ସହ ଗଣ୍ଡଗୋଳ କରିଥିଲେ। ରିନାଙ୍କର ୨ଟି ସନ୍ତାନ ଥିବା ବେଳେ ଏବେ ଆଲୋକ ପୁନର୍ବାର ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ତୃତୀୟ ପତ୍ନୀଭାବେ ବିବାହ କରିଛି। ଯେଉଁ ଖବର ରିନା ଏବଂ ଅନିତା ଜାଣିବା ପରେ ଉଭୟେ ମିଳିତ ହୋଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ।

- Advertisement -

ପୁଲିସ ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ସତ୍ୟବିହାର ଅଞ୍ଚଳରୁ ଗିରଫ କରିଛି। ଆଜି ତାକୁ ଅଦାଲତ ଚାଲଣ କରାଯିବ ବୋଲି ପୁଲିସ କହିଥିବା ବେଳେ ଆଲୋକ ନାମରେ ବ୍ରହ୍ମପୁର ଅଞ୍ଚଳରେ ପୂର୍ବରୁ ଏକ ଡକାୟତି ମାମଲା ଥିବାବେଳେ ସେ ଏକାଧିକ ଯୁବତୀଙ୍କୁ ଏହିଭଳି ହଇରାଣ କରିଆସୁଥିବା ଏବଂ ଟଙ୍କା, ସୁନାଗହଣା ଓ ଗାଡ଼ି ଲୁଟି ନେଇ ଫେରାର ହୋଇଯାଉଥିବା ଅଭିଯୋଗ ହୋଇଛି। ଏପରିକି ସ୍ଥାନୀୟ ଅଞ୍ଚଳର କିଛି ମହିଳା ସମିତି ଆଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପାଖରେ ଦାବି କରିଥିବା ଜଣାପଡ଼ିଛି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories