www.samajalive.in
Sunday, December 14, 2025
19.1 C
Bhubaneswar

ସମ୍ବିତ ପାତ୍ରଙ୍କ ଅଡ଼ୁଆ ବଢ଼ିଲା, ଏତଲା ରୁଜୁ ପାଇଁ ଦିଲ୍ଲୀ ଅଦାଲତଙ୍କ ନିର୍ଦେଶ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆପତ୍ତିଜନକ ଭିଡିଓ ଅପଲୋଡ଼ କରିବା ମାମଲାରେ ଦିଲ୍ଲୀର ତିସହଜାରୀ ଅଦାଲତ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଡ. ପାତ୍ର ଜାଣିଶୁଣି ଗତ ଜାନୁଆରୀ ମାସରେ କୃଷକ ଆନ୍ଦୋଳନ ସମ୍ପର୍କିତ ଏକ ମିଥ୍ୟା ଓ ମନଗଢ଼ା ଭିଡ଼ିଓକୁ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଅପଲୋଡ଼ କରି ମୁଖ୍ୟମନ୍ତ୍ରୀ କେଜେରିୱାଲଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ଅପଚେଷ୍ଟା କରିଥିଲେ। ଭିଡିଓରେ କୃଷି ବିଧେୟକର ଫାଇଦା ବିଷୟରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଉପସ୍ଥାପନା କରୁଥିବା ତଥ୍ୟ ରହିଥିଲା। ବିଶେଷ କରି ବିଧେୟକ ଲାଗୁ ହେଲେ ଚାଷୀ ନିଜର ଚାଷଜମି, ସର୍ବନିମ୍ନ ସହାୟକ ମୂଲ୍ୟ ଓ ମଣ୍ଡି ସୁବିଧା ହରାଇବେ ନାହିଁ। ଏପରିକି ନିଜର କୃଷି ଉତ୍ପାଦନ ଲାଗି ଚାଷୀଙ୍କୁ ସର୍ବୋତ୍କୃଷ୍ଟ ମୂଲ୍ୟ ମିଳିବ ଏବଂ ସେମାନେ ଚାହିଁଲେ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହୁଥିବା ଦୃଶ୍ୟ ରହିଥିଲା। ଏହି ପ୍ରସଙ୍ଗରେ ଫେବୃଆରୀ ୨୧ରେ ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଇଷ୍ଟେଟ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏହାକୁ ଏଫଆରଆର ଭାବେ ଗ୍ରହଣ କରିନଥିଲା। ଫଳରେ ଅଭିଯୋଗକାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories