ବିପର୍ଯ୍ୟୟ: ଭାରତକୁ ହରାଇଲା ଫ୍ରାନ୍ସ

ଭୁବନେଶ୍ୱର: ଗତଥରର ଚମ୍ପିଆନ ଭାରତ ବିପର୍ଯ୍ୟୟରୁ କନିଷ୍ଠ ପୁରୁଷ ହକି ବିଶ୍ୱକପର ଅଭିଯାନ ଆରମ୍ଭ କରିଛି। ବୁଧବାର ରାତିରେ ପୁଲ-ବି ମ୍ୟାଚରେ ଭାରତ ୪-୫ ଗୋଲରେ ଫ୍ରାନ୍ସ ନିକଟରୁ ପରାଜିତ ହୋଇଛି। ଭାରତ ଗୁରୁବାର ୨ୟ ମ୍ୟାଚ କାନାଡା ସହିତ ଖେଳିବ।
ଘରୋଇ ଭାରତ ବିପକ୍ଷରେ ୫୦ ସେକେଣ୍ଡରେ ଫ୍ରାନ୍ସ ଗୋଲ ଦେଇ ଭାରତୀୟ ଶିବିରରେ ଆତଙ୍କ ଖେଳାଇ ଦେଇଥିଲା। ଅଧିନାୟକ ତିମୋଥି କ୍ଲିମେଣ୍ଟ ଗୋଲ ଦେଇଥିଲେ। ୭ ମିନିଟ୍ରେ ଫ୍ରାନ୍ସର ବେଞ୍ଜାମିନ୍ ମାକ୍ୟୁ ୨ୟ ଗୋଲ ଦେଇଥିଲେ। ୧୦ ମିନିଟ୍ରେ ପେନାଲ୍ଟି କର୍ଣ୍ଣରର ରିଟର୍ଣ୍ଣ ସଟ୍କୁ ଉତ୍ତମ ସିଂହ ଗୋଲରେ ପରିଣତ କରିଥିଲେ। ୧୫ ମିନିଟ୍ରେ ୨ୟ ପେନାଲ୍ଟି କର୍ଣ୍ଣରକୁ ସଞ୍ଜୟ ଗୋଲରେ ପରିଣତ କରି ସ୍କୋର୍ ୨-୨ କରିଥିଲେ। ୨୩ ମନିଟ୍ରେ ଫ୍ରାନ୍ସ ପକ୍ଷରୁ ତିମୋଥି କ୍ଲିମେଣ୍ଟ ୩ୟ ଗୋଲ ଦେଥିଲେ। ୩୨ ମିନିଟ୍ରେ ଫ୍ରାନ୍ସକୁ କ୍ରମାଗତ ୩ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା। ୨ଟି ପେନାଲ୍ଟିକୁ ଦଳ ହାତଛଡ଼ା କରିବା ପରେ ୩ୟକୁ ଗୋଲରେ ପରିଣତ କରି ଦଳକୁ ୪-୨ରେ ଆଗୁଆ କରିଥିଲେ। ୪୮ ମିନିଟ୍ରେ ଫ୍ରାନ୍ସ ପକ୍ଷରୁ କୋରିଟିଂନ ସିଲର ୫ମ ଗୋଲ ଦେଇଥିଲେ। ୫୭ ମିନିଟ୍ରେ ପେନାଲ୍ଟି କର୍ଣ୍ଣରକୁ ସଞ୍ଜୟ ଗୋଲରେ ପରିଣତ କରି ମ୍ୟାଚକୁ ୩-୫ ସ୍ତରକୁ ଆଣିଥିଲେ। ୫୮ ମିନିଟ୍ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ସଞ୍ଜୟ ଗୋଲ ଦେଇ ମ୍ୟାଚକୁ ୪-୫ ସ୍ତରକୁ ଆଣିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରି ପାରିନଥିଲେ।
Comments are closed.