ଭାଗଲପୁର ହିଂସା ମାମଲା; କେନ୍ଦ୍ର ମନ୍ତ୍ରୀଙ୍କ ପୁଅର ଜାମିନ ଆବେଦନ ଖାରଜ

0

ଭାଗଲପୁର : ଭାଗଲପୁର ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ପୁଅ ଅର୍ଜିତଙ୍କ ଆଗୁଆ ଜାମିନ୍‌ ଆବେଦନ ଶନିବାର କୋର୍ଟେରେ ଖାରଜ ହୋଇଯାଇଛି । ପ୍ରକାଶ ଯେ ଗିରଫଦାରୀ ପାଇଁ ୱାରେଣ୍ଟ ଜାରି ପରେ ଅର୍ଜିତ ଫେରାର ଅଛନ୍ତି । ସୂଚନା ଅନୁସାରେ ଶନିବାର ଭାଗଲପୁର ଜିଲାକୋର୍ଟରେ ଏଡିଜେ କୁମୁଦ ରଂଜନ ସିଂହ ଏହି ମାମଲାର ଶୁଣାଣି କରି ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଅର୍ଜିତଙ୍କ ସମେତ ଅଭୟ କୁମାର ଘୋଷ, ପ୍ରମୋଦ ବର୍ଭା, ଦେବ କୁମାର ପାଣ୍ଡ୍ୟା, ସୁରେନ୍ଦ୍ର ପାଠକ, ଅନୁପ ଲାଲ ଶାହ, ସଂଜୟ ଭଟ୍ଟ, ପ୍ରଣବ ଦାସଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯାଇଛି। ଅର୍ଜିତଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଅଗ୍ରୀମ ଜାମିନ ପାଇଁ ଭାଗଲପୁର ଜିଲାକୋର୍ଟରେ ଆବେଦନ କରିଥିଲାବେଳେ ଏଡିଜେ ଶୁଣାଣି କରି ସମସ୍ତ ଜାମିନ୍‌ ଆବେଦନ ଖାରଜ କରିଦେଇଛନ୍ତି ।

Leave A Reply