www.samajalive.in
Wednesday, December 10, 2025
23.1 C
Bhubaneswar

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ଚାଲିଛି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ଭଦ୍ରକ : ବାଂଲାଦେଶୀ ସନ୍ଦେହରେ ଭଦ୍ରକରେ ୧୭ ଜଣଙ୍କୁ ଅଟକ ରଖାଯାଇଛି। ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କ ନିର୍ଦେଶ କ୍ରମେ ସମସ୍ତଙ୍କର ପ୍ରମାଣ ପତ୍ର ଯାଞ୍ଚ କରାଯାଉଥିବାବେଳେ ଜୋରଦାର ତଦନ୍ତ ମଧ୍ୟ ଚାଲିଛି। ସୂଚନା ଅନୁସାରେ କଲିକତାର ମୁର୍ଶିଦାବାଦ ଅଞ୍ଚଳର ୧୭ ଜଣ ଲୋକ ଭଦ୍ରକ ଆସୁଥିଲେ। ସେମାନଙ୍କୁ ଭଦ୍ରକର ଟାଉନ ଥାନା ପୁଲିସ  ଭଦ୍ରକ ବସଷ୍ଟାଣ୍ଡ ନିକଟରୁ ଠାବ କରିବା ସହ ପଚରାଉଚରା କରିଥିଲା। ସେମାନଙ୍କ କଥାବାର୍ତ୍ତାରୁ ପୁଲିସର ସନ୍ଦେହ ହେବାରୁ  ସେମାନଙ୍କୁ ଭଦ୍ରକ ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ରାତ୍ରି କାଳୀନ ବିଶ୍ରାମଗାରରେ ଅଟକ ରଖିଛି। ଅଟକ ଥିବା ଏହି ବ୍ୟକ୍ତିମାନଙ୍କର ଆଧାର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଉଛି।

ସେପଟେ ଆଇନମନ୍ତ୍ରୀ କହିଛନ୍ତି ଓଡ଼ିଶାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।  ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର ରହିଛି । ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି। ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ।  ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ଯେଉଁ ଭୂମିକା ରହିଛି, ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories