www.samajalive.in
Monday, December 15, 2025
24.1 C
Bhubaneswar

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ଚାଲିଛି ପ୍ରକ୍ରିୟା: ଆଇନ ମନ୍ତ୍ରୀ

ଭଦ୍ରକ : ବାଂଲାଦେଶୀ ସନ୍ଦେହରେ ଭଦ୍ରକରେ ୧୭ ଜଣଙ୍କୁ ଅଟକ ରଖାଯାଇଛି। ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କ ନିର୍ଦେଶ କ୍ରମେ ସମସ୍ତଙ୍କର ପ୍ରମାଣ ପତ୍ର ଯାଞ୍ଚ କରାଯାଉଥିବାବେଳେ ଜୋରଦାର ତଦନ୍ତ ମଧ୍ୟ ଚାଲିଛି। ସୂଚନା ଅନୁସାରେ କଲିକତାର ମୁର୍ଶିଦାବାଦ ଅଞ୍ଚଳର ୧୭ ଜଣ ଲୋକ ଭଦ୍ରକ ଆସୁଥିଲେ। ସେମାନଙ୍କୁ ଭଦ୍ରକର ଟାଉନ ଥାନା ପୁଲିସ  ଭଦ୍ରକ ବସଷ୍ଟାଣ୍ଡ ନିକଟରୁ ଠାବ କରିବା ସହ ପଚରାଉଚରା କରିଥିଲା। ସେମାନଙ୍କ କଥାବାର୍ତ୍ତାରୁ ପୁଲିସର ସନ୍ଦେହ ହେବାରୁ  ସେମାନଙ୍କୁ ଭଦ୍ରକ ନୂଆ ବସ୍ ଷ୍ଟାଣ୍ଡ ନିକଟସ୍ଥ ରାତ୍ରି କାଳୀନ ବିଶ୍ରାମଗାରରେ ଅଟକ ରଖିଛି। ଅଟକ ଥିବା ଏହି ବ୍ୟକ୍ତିମାନଙ୍କର ଆଧାର ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଉଛି।

ସେପଟେ ଆଇନମନ୍ତ୍ରୀ କହିଛନ୍ତି ଓଡ଼ିଶାରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।  ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର ରହିଛି । ସରକାର ଆସିବା ପରେ ଗୋଟିଏ ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯାଇଛି। ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ।  ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କର ଯେଉଁ ଭୂମିକା ରହିଛି, ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories