www.samajalive.in
Tuesday, December 9, 2025
15.1 C
Bhubaneswar

୫୦ କୋଟିରେ ତିଆରି ହେଲା ମୁଖ୍ୟାଳୟ, ବୈଠକ ଗୃହ କରିବାକୁ ଭୁଲିଗଲେ

ସମାଜଲାଇଭ ଡେସ୍କ: ୫୦ କୋଟି ଖର୍ଚ୍ଚ କରି ମୁଖ୍ୟାଳୟ ତିଆରି କଲେ। ହେଲେ ବୈଠକ ଗୃହ ତିଆରି କରିବାକୁ ଭୁଲିଗଲେ। ସରକାରୀ କାର୍ଯ୍ୟାଳୟ ନିର୍ମାଣରେ ଏଭଳି ତ୍ରୁଟି ଏବେ କୌତୁହଳର ବିଷୟ ପାଲଟିଛି। ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଭୋପାଳରେ। ଯାହାଫଳରେ ଭୋପାଳ ନଗର ନିଗମର ପ୍ଲାନିଂ ଏବଂ ଇଞ୍ଜିନିୟରିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭୋପାଳର ତୁଳସୀ ନଗରରେ ପ୍ରାୟ ୫୦ କୋଟି ଟଙ୍କା ବିନିଯୋଗରେ ଭୋପାଳ ନଗର ନିଗମର କୋଠା ତିଆରି ହୋଇଛି। କିନ୍ତୁ ଏହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। କୋଠାଟି ଦେଖିବାକୁ ଅତି ସୁନ୍ଦର ହୋଇଛି। କିନ୍ତୁ ବୈଠକ ପାଇଁ କୌଣସି ମିଟିଂ ହଲ୍‌ ନାହିଁ। ମିଟିଂ ହଲରେ ନିଗମର ବୈଠକ ହୋଇଥାଏ, ଯେଉଁଠି ଭୋପାଳ ସହରକୁ ନେଇ ଅନେକ ଯୋଜନା ଏବଂ ପ୍ରସ୍ତାବ ଉପରେ ନିଗମର ମୋହର ଲାଗିଥାଏ।

- Advertisement -

ବର୍ତ୍ତମାନ ନଗର ନିଗମ ପକ୍ଷରୁ ଭୋପାଳ ଜିଲାପାଳଙ୍କୁ ଚିଠି ଲେଖି କୋଠା ନିକଟରେ ୦.୨୫ ଏକର ଜାଗା ମଗାଯାଇଛି, ଯେଉଁଠି ମିଟିଂ ହଲ୍‌ ତିଆରି ହେବ। ଏହାକୁ ନେଇ ସ୍ଥାନୀୟ କଂଗ୍ରେସ ନେତା ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ କାଉନସିଲର ଗୁଡ୍ଡୁ ଚୌହ୍ବାନ କହିଛନ୍ତି, ୫୦ କୋଟି ଟଙ୍କା ଖର୍ଚ୍ଚରେ କୋଠା ତିଆରି ହେଲା। ତେବେ ମିଟିଂ ହଲ୍‌ କାହିଁକି ତିଆରି ହେଲା ନାହିଁ। ଏବେ ଯେଉଁ ଅତିରିକ୍ତ ଖର୍ଚ୍ଚ ହେବ ତାହା ଜନସାଧାରଣଙ୍କ ଟିକସ ଅର୍ଥରୁ କଟିବ। ଏହି ତ୍ରୁଟି ପାଇଁ ଦାୟୀ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories