ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପ୍ରଧାନ ଶିକ୍ଷକ
ଭବାନୀପାଟଣା: କେସିଙ୍ଗା ବ୍ଲକ ଅଧମୁଣ୍ଡା ଆଶ୍ରମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଗସ୍ତି ସାହୁ ଆଜି ଜଣେ ଠିକାଦାରଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ସ୍କୁଲର ଏକ ବିଲ୍ଡିଙ୍ଗ କାମର ୫ ଲକ୍ଷ ଟଙ୍କା ବିଲ କରିବାକୁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଠିକାଦାର ଯୁଧିଷ୍ଟିର ଭଗତ ଠିକାଦାର ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଜି ଭିଜିଲାନ୍ସ ଟିମ୍ ନାଲି ହାତରେ ତାଙ୍କୁ ଧରିଥିଲା।
ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଙ୍କୁ ସ୍ଥାନୀୟ ଭିଜିଲାନ୍ସ ଡିଏସପିଙ୍କ ଅଫିସ ରେ ଅଟକ ରଖାଯାଇଥିବା ବେଳେ ସ୍ଥାନିୟ ଗୋଶାଲପଡା ରେ ଥିବା ତାଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଆସନ୍ତା କାଲି ପ୍ରଧାନଶିକ୍ଷକ ଶ୍ରୀ ସାହୁଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ। ଆଜିର ଚଢାଉ ରେ ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦ୍ ଇନ୍ସପେକ୍ଟର ଆଲୋକ କୁମାର ମହାପାତ୍ର ଏବଂ ପ୍ରମିଳା ସୁନା ତଥା ସନ୍ତୋଷ କୁମାର ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ହେଇଥିଲେ।
Comments are closed.