ଇଟାଲିରେ ବେନିଟୋ ମୁସୋଲିନି ନାମକରଣ ଉପରେ ରୋକ
ରୋମ: ଇଟାଲିରେ କେହି ବି ଐତିହାସିକ ସ୍ୱେଚ୍ଛାଚାରୀ ଶାସକ ତଥା ଫାଶୀବାଦର ପ୍ରଚାରକ ବେନିଟୋ ମୁସୋଲିନିଙ୍କ ନାମ ଅନୁସାରେ ନିଜ ଶିଶୁଙ୍କ ନାମକରଣ କରିପାରିବେ ନାହିଁ ବୋଲି ରୋମର ଏକ ଅଦାଲତ ନିର୍ଦେଶ ଦେଇଛନ୍ତି । ନୁ୍ୟଜ ଏଜେନ୍ସିଙ୍କ ସୂଚନା ଅନୁସାରେ ଏକ ୧୪ମାସ ଶିଶୁର ନାମ ବେନିଟୋ ମୁସୋଲିନି ରଖାଯାଇଥିବାରୁ ତାର ବାପା ଓ ମା’ଙ୍କୁ ଅଦାଲତ ସମନ କରି କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ । ଦମ୍ପତି କୋର୍ଟରେ ହାଜର ହେବା ପରେ ସେମାନଙ୍କୁ ପୁଅ ନାମ ବଦଳାଇବାକୁ କୁହାଯାଇଥିଲା । ଏହାସହ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ଐତିହାସିକ ଫାଶୀବାଦୀ ନେତା ମୁସୋଲିନିଙ୍କ ଉପରେ କେହି ନାମ ରଖିପାରବେ ନାହିଁ ବୋଲି କୋର୍ଟ କହିଥିଲେ । କେବଳ ମୁସୋଲିନିଙ୍କ ସମ୍ପର୍କୀୟ କିମ୍ବା ରକ୍ତ ସଂପର୍କ ହିଁ ତାଙ୍କ ନାମରେ ନିଜ ନାମକରଣ କରିପାରିବେ ବୋଲି କୋର୍ଟ କହିଥିଲେ ।