ବେଙ୍ଗାଲୁର ଟେଷ୍ଟ ଜିତିଲା ଭାରତ
ବେଙ୍ଗାଲୁର: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ଥାନ ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଗୋଟିଏ ଇନିଂସ୍ ଓ ୨୬୨ ରନ୍ରେ ଜିତି ଯାଇଛି । ଗୋଟିଏ ଦିନରେ ଆଫଗାନିସ୍ଥାନ ତାହାର ଦୁଇଟି ଯାକ ଇନିଂସ୍ ଖେଳିବା ସହ ସମସ୍ତ ଓ୍ୱିକଟ୍ ହରାଇଛି । ଭାରତର ପ୍ରଥମ ପାଳିରେ ୪୭୪ ରନ୍ ଜବାବରେ ଆଫଗାନିସ୍ଥାନ ପ୍ରଥମ ପାଳିରେ ୧୦୯ ରନ୍ ଓ ଦ୍ୱିତୀୟ ପାଳିରେ ୧୦୩ ରନ୍ କରିଥିଲା ।
ଆଫଗାନୀସ୍ତାନର ପ୍ରଥମ ପାଳିରେ ଭାରତର ଆର୍ ଅଶ୍ୱୀନ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଦ୍ୱିତୀୟ ପାଳିରେ ରବୀନ୍ଦ୍ର ଜାଦେଜା ୪ଟି ଓ୍ୱିକେଟ୍ ନେଇଥିଲେ । ଗୁରୁବାରରେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଏହି ଏକମାତ୍ର ଟେଷ୍ଟମ୍ୟାଚ୍ରେ ଭାରତୀୟ ଓପ୍ନିଂ ଯୋଡ଼ି ଶିଖର ଧାୱନ ଓ ମୁରଲୀ ବିଜୟ ଶତକ ହାସଲ କରିଥିଲେ ।