ଶିକ୍ଷକଙ୍କ ଆତ୍ମହତ୍ୟା

ବେଗୁନିଆ -ବେଗୁନିଆ ଥାନା ନିକଟରେ ଭଡା ଘରେ ରହୁଥିବା ଜଣେ ଯୁବ ଶିକ୍ଷକ ଗତକାଲି ରାତିରେ ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମ ହତ୍ୟା କରିଥିବା ସୂଚନା ମିଳିଛି । ମୃତ ଶିକ୍ଷକଙ୍କ ସାନ ଭାଇ ବେଗୁନିଆ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡି ନଥିବାବେଳେ ସେ ଏକ ସୁଇସାଇଡ଼ ନୋଟ ରେ ଲେଖିଛନ୍ତି ଯେ ତାଙ୍କର ମୃତ୍ୟୁ ପାଇଁ ସେ ନିଜେ ଦାୟୀ । କେହି ଦୁଃଖ କରିବନି । ବୋଲି ଉଲ୍ଲେଖ କରିଥିବା ପୁଲିସ ସୂଚନା ଦେଇଛି ।

ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ କରୁଛି ।ମୃତ ଶିକ୍ଷକଙ୍କ ନାମ ଅମରନାଥ ସେଠୀ, ଗତକାଲି ରାତିରେ ସେ ଏବଂ ତାଙ୍କ ସାନଭାଇ ରବୀନ୍ଦ୍ର ନାଥ ସେଠୀ ଖାଇସାରି ଶୋଇବାକୁ ଯାଇଥିଲେ ।ଅମର ଦାଣ୍ଡଘରେ ସୋଇଥିଲେ । ରାତି ଗୋଟାଏ ପରେ ତାଙ୍କର ମା ଝରକା ପଟେ ଅମର ଫ୍ୟାନରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବା ପାଇଁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ଘର ମାଲିକଙ୍କୁ ଡାକି ଥାନାରେ ଜଣାଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଂଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ଡାକ୍ତରଖାନା ପଠାଇଥିଲା ।ବେଗୁନିଆ ଥାନାରେ ୧୨/୨୨ନଂ ଅପମୃତ୍ୟୁ ମାମଲା ରୁଜୁ କରି ଏ ଏସ ଆଇ ସରୋଜ କୁମାର ସେନାପତି ଘଟଣାର ତଦନ୍ତ କରୁଛନ୍ତି ।

Comments are closed.