ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ଅଫିସରେ ନିଆଁ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସିରେ ଇନଭର୍ଟର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।ଏଥିରେ କେହି ଆହତ ହୋଇନାହାନ୍ତି। କିନ୍ତୁ ସେଠାରେ ଥିବା କିଛି କମ୍ପୁଟର, ୟୁପିଏସ୍ ଏବଂ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ନିଆଁ ଲିଭା କାର୍ଯ୍ୟରେ ଖୋର୍ଦ୍ଧା ଅଗ୍ନିଶମବାହିନୀ ନିୟୋଜିତ ହୋଇଛନ୍ତି।
Popular Categories



